କନକ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ କରୁଛି ବଡ଼ ପ୍ଲାନ୍ । ବିହାର ନିର୍ବାଚନରେ ସଫଳତା ପାଇବା ପରେ ଦଳ ଏବେ ପଶ୍ଚିମବଙ୍ଗକୁ ୫ଟି ଜୋନରେ ଭାଗ କରି ନିଜ ସଙ୍ଗଠନକୁ ଆହୁରି ଅଧିକ ମଜଭୁତ କରିବାକୁ ପ୍ଲାନ୍ ପ୍ରସ୍ତୁତ କରିଛି । ଏମିତି କି ୬ ରାଜ୍ୟର ୧୨ ଜଣ ବରିଷ୍ଠ ନେତାଙ୍କୁ ମଧ୍ୟ ବେଙ୍ଗଲ ପଠେଇ ଦଳ ସେଠାରେ ସଙ୍ଗଠନକୁ କିଭଳି ଆହୁରି ଅଧିକ ସୁଦୃଢ଼ କରିହେବ ସେନେଇ ସବୁକିଛି କଥାବାର୍ତ୍ତା ସରିଛି । ଏହି ୧୨ ଜଣ ନେତାଙ୍କ ଭିତରେ ୬ ଜଣ ସଙ୍ଗଠନର ମନ୍ତ୍ରୀ ଥିବାବେଳେ, ଆଉ ୬ ଜଣ ସହାୟକ ନେତା ଏବଂ ମନ୍ତ୍ରୀ ଅଛନ୍ତି ।
ବିଜେପିର ଲକ୍ଷ୍ୟ ରହିଛି ଯେ, ଏହି ସମୟରେ ୭୫ ପ୍ରତିଶତ ବୁଥରେ କିଭଳି ଦଳକୁ ଆହୁରି ଅଧିକ ସଙ୍ଗଠିତ କରିପାରିବ । ଖାସ୍ ଏହି ସବୁ ବୁଥରେ ଦଳର ଭୋଟ୍ ସେୟାର କେମିତି ଅଧିକ ବୃଦ୍ଧି ପାଇପାରିବ ସେନେଇ ରଣନୀତି ପ୍ରସ୍ତୁତ କରାଯାଇଛି ।
ଭୁପେନ୍ଦ୍ର ଯାଦବ ବଙ୍ଗଳାର ଦାୟିତ୍ୱ
ପଶ୍ଚିମବଙ୍ଗରେ ପଦ୍ମ ଫୁଟେଇବାକୁ ଏଥର ବିଜେପି ଭୂପେନ୍ଦ୍ର ଯାଦବଙ୍କୁ ଦାୟିତ୍ୱ ଦେଇଛି । ତାଙ୍କୁ ବିହାରର ମୁଖ୍ୟ ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି । ତାଙ୍କ ସହ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଲୋକସଭା ସାଂସଦ ବିପ୍ଲବ କୁମାର ଦେବଙ୍କୁ ସହ-ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି ।
ପଶ୍ଚିମବଙ୍ଗକୁ ବିଜେପି କେଉଁ ପାଞ୍ଚଟି ଜୋନରେ ବିଭକ୍ତ କରିଛି?
- ରାଢ଼ବଙ୍ଗା
- ହାଓ୍ୱଡ଼ା-ହୁଗଲି-ମେଦିନୀପୁର
- ଉତ୍ତର ବଙ୍ଗ
- କୋଲକାତା-ଦକ୍ଷିଣ ୨୪ ପରଗଣା
- ଉତ୍ତର ୨୪ ପରଗଣା
୧୨ ବରିଷ୍ଠ ନେତାଙ୍କୁ ଦାୟିତ୍ୱ
ପଶ୍ଚିମବଙ୍ଗରେ ବିଜେପିକୁ ଶକ୍ତିଶାଳୀ କରିବାକୁ ପ୍ରତ୍ୟେକ ଜୋନରେ ଜଣେ ସଂଗଠନ ମନ୍ତ୍ରୀ ଏବଂ ଜଣେ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ଉତ୍ତର ବଙ୍ଗ ପାଇଁ ଅରୁଣାଚଳ ପ୍ରଦେଶର ସଂଗଠନ ମନ୍ତ୍ରୀ ନାରାୟଣ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ରାଢ଼ବଙ୍ଗା ପାଇଁ ପବନ ସାଇ ଏବଂ ଧନସିଂହ ରାୱତଙ୍କୁ ଦାୟିତ୍ୱ ଦିଆଯାଇଛି ।
ଆହୁରି ପଢ଼ନ୍ତୁ : ବିଧାନସଭାରେ ଶୋକ ପ୍ରସ୍ତାବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଲେ…
ସେହିପରି ପବନ ରାଣା ଏବଂ ସଞ୍ଜୟ ଭାଟିଆଙ୍କୁ ହାୱଡା, ୟୁପି ମନ୍ତ୍ରୀ ଜେପିଏସ ରାଠୋରଙ୍କୁ ମେଦିନୀପୁର, ହିମାଚଳ ପ୍ରଦେଶର ଏମ୍. ସିଦ୍ଧାର୍ଥନ୍ ଏବଂ କର୍ଣ୍ଣାଟକରୁ ସିଟି ରବିଙ୍କୁ କୋଲକାତା-ଦକ୍ଷିଣ ୨୪ ପରଗଣାରେ ଦାୟିତ୍ୱ ଦିଆଯାଇଛି । ଏହାସହ ଉତ୍ତର ବଙ୍ଗ ଜୋନର ତଦାରଖ ରାଜସ୍ଥାନର ପୂର୍ବତନ କେନ୍ଦ୍ର ମନ୍ତ୍ରୀ କୈଳାସ ଚୌଧୁରୀ ଦାୟିତ୍ୱ ଦିଆଯାଇଛି ।
ଉତ୍ତର ବଙ୍ଗ ପାଇଁ ଖାସ୍ ପ୍ଲାନ୍
ଉତ୍ତର ବଙ୍ଗ ବିଜେପି ପାଇଁ ବେଶ୍ ଗୁରୁତ୍ୱ ରଖେ, କାରଣ ଏହା ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ଭିତରୁ ପ୍ରାୟ ୫୪ ଆସନ ଏହି ଅଞ୍ଚଳରେ ରହିଛି । ଏହାସହ ନେପାଳ, ଭୁଟାନ ଏବଂ ବାଂଲାଦେଶକୁ ସୀମାନ୍ତକୁ ଲାଗି ରହିଥିବାରୁ ଏହା ଗୁରୁତ୍ୱ ମଧ୍ୟ ବେଶି । ତେଣୁ ଉତ୍ତର ବଙ୍ଗକୁ ଅକ୍ତିଆର କରିବା ପାଇଁ ବିଜେପି ବୁଥ୍ ସ୍ତରରେ ଏହାର ସଂଗଠନକୁ ମଜବୁତ କରିବା ଉପରେ ବିଶେଷ ଧ୍ୟାନ ଦେଇଛି । ଏହି ଜୋନ୍ରେ ଦାର୍ଜିଲିଂ, ଜଳପାଇଗୁଡ଼ି, କୁଚ୍ ବିହାର, ଆଲିପୁରଦୁଆର, ମାଲଦା, ଉତ୍ତର ଏବଂ ଦକ୍ଷିଣ ଦିନାଜପୁର ଭଳି ଜିଲ୍ଲା ଅନ୍ତର୍ଭୁକ୍ତ । ଏହି ଜିଲ୍ଲାଗୁଡ଼ିକ ରାଜ୍ୟର ମୋଟ ଭୋଟ ଅଂଶର ୨୦ ରୁ ୨୫ ପ୍ରତିଶତ ଅଟେ । ୨୦୨୧ ନିର୍ବାଚନରେ ବିଜେପି ଏଠାରେ ୪୦ ପ୍ରତିଶତରୁ ଅଧିକ ଆସନ ଜିତିଥିଲା । ତେଣୁ ଏଥର ଦଳର ଲକ୍ଷ୍ୟ ହେଉଛି ଏହାର ଭୋଟ ଅଂଶ ୩୮ ପ୍ରତିଶତରୁ ୪୪ ରୁ ୪୫ ପ୍ରତିଶତକୁ ବୃଦ୍ଧି କରିବା।
ଜାଣିରଖିବା ଉଚିତ ଯେ, ବିଜେପିର ପାଞ୍ଚ ମାସିଆ ଅଭିଯାନ ନଭେମ୍ବର ୨୦୨୫ ରୁ ଏପ୍ରିଲ ୨୦୨୬ ପର୍ୟ୍ୟନ୍ତ ଚାଲିବ । ଏହି ରଣନୀତି ବିହାର ମଡେଲ ଉପରେ ଆଧାରିତ, ଯେଉଁଥିରେ "ଗ୍ରାମ ଚଲୋ", ହିନ୍ଦୁ ଭୋଟ ଏକତ୍ରୀକରଣ ଏବଂ କଲ୍ୟାଣକାରୀ ଯୋଜନାର ପ୍ରଚାର ଭଳି ଗ୍ରାମୀଣ କାର୍ୟ୍ୟକ୍ରମ ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ପ୍ରଚାରର ନେତୃତ୍ୱ ନେବା ସହିତ ନିର୍ବାଚନ ରାଲି ଏବଂ ସାଧାରଣ ସଭା ଡିସେମ୍ବରରେ ଆରମ୍ଭ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/11/27/modi-shah-2025-11-27-12-56-26.webp)