ପାଣ୍ତିଆନ୍‌ଙ୍କ ପାଇଁ ବାହାରିଲେ ସୁଲତା; କହିଲେ, ପାଣ୍ତିଆନ୍‌ଙ୍କ ଉପରେ ରାଗି ଦେବାଶିଷ ଏମିତି କହିଛନ୍ତି

Advertisment

ଏବେ ସୋସିଆଲ ମିଡିଆରେ ଯେଉଁପରି ଭାବରେ କଥା କଟାକଟି ହେଲେ ତାହାକୁ ନେଇ ଗୋଟିଏ କଥା ସ୍ପଷ୍ଟ ନବୀନଙ୍କ କଣ୍ଟ୍ରୋଲରେ ଆଉ ନାହାନ୍ତି ନେତା ।

Updated On

ଏବେ ସୋସିଆଲ ମିଡିଆରେ ଯେଉଁପରି ଭାବରେ କଥା କଟାକଟି ହେଲେ ତାହାକୁ ନେଇ ଗୋଟିଏ କଥା ସ୍ପଷ୍ଟ ନବୀନଙ୍କ କଣ୍ଟ୍ରୋଲରେ ଆଉ ନାହାନ୍ତି ନେତା ।

ଅଦ୍ୟତନ ହୋଇଛି
Sulata Deo Support Pandian

Photograph: (KANAK NEWS)

କନକ ବ୍ୟୁରୋ : ପୁଣି ପାଣ୍ତିଆନଙ୍କୁ ନେଇ ବିଜେଡିରେ କଳି । ବିଜେଡିରେ ଆଉ ଶୃଙ୍ଖଳା ନଥିବା ଜଳଜଳ ହୋଇ ଦିଶୁଛି । ଜଣଙ୍କ ପରେ ଜଣେ ସାଂସଦ କେମିତି ଦଳକୁ କ୍ଷତି ପହଞ୍ଚାଇବା ପରି ମତ ଦେଉଛନ୍ତି ତାହା ବି ସ୍ପଷ୍ଟ ହେଉଛି । ପୂର୍ବରୁ ଯାହା ହୋଇଥିଲା ହୋଇଥିଲା ହେଲେ ଏବେ ସୋସିଆଲ ମିଡିଆରେ ଯେଉଁପରି ଭାବରେ କଥା କଟାକଟି ହେଲେ ତାହାକୁ ନେଇ ଗୋଟିଏ କଥା ସ୍ପଷ୍ଟ ନବୀନଙ୍କ କଣ୍ଟ୍ରୋଲରେ ଆଉ ନାହାନ୍ତି ନେତା ।

ଦେବାଶିଷଙ୍କ ମତ ପରେ ଏବେ ରାଜ୍ୟସଭା ସାଂସଦଙ୍କ ମଧ୍ୟରେ ଫାଟ । ପାଣ୍ତିଆନଙ୍କ ପାଇଁ ବିଜେଡି ଧ୍ୱଂସ ହୋଇଯିବ ବୋଲି ଦେବାଶିଷ କହିବା ପରେ କନ୍ଦଳ ବଢ଼ିବାରେ ଲାଗିଛି । ସୋସିଆଲ ମିଡିଆରେ କଥା କଟାକଟି ଆରମ୍ଭ ହୋଇସାରିଛି ।

ସାଂସଦ ସୁଲତା ଦେଓ ମଧ୍ୟ ପାଣ୍ତିଆନ୍‌ଙ୍କ ସପକ୍ଷରେ ବାହାରି କହିଛନ୍ତି, ପୁଲବାମା ସହିଦଙ୍କ କକାଙ୍କୁ ଦେବାଶିଷ ସାମନ୍ତରାୟ ଧକ୍କା ମାରିବା ପରେ କ୍ଷମା ମାଗିବାକୁ ଶ୍ରୀଯୁକ୍ତ ପାଣ୍ଡିଆନ ସେତେବେଳେ ଚାପ ପକାଇଥିଲେ । ଯାହା ଫଳରେ ଶ୍ରୀଯୁକ୍ତ ସାମନ୍ତରାୟଙ୍କ ରାଗ ପାଣ୍ଡିଆନଙ୍କ ଉପରେ ଥିଲା । ପୁନଶ୍ଚ ପାର୍ଲିଆମେଣ୍ଟରେ ଭୋଟିଂ ରାତିରେ କୌଣସି କାରଣରୁ ଶ୍ରୀଯୁକ୍ତ ସାମନ୍ତରାୟ ଶୋଇ ପଡିବାରୁ ନିଜ ଭୁଲ ଲୁଚାଇବାକୁ ଅନ୍ୟକୁ ଦୋଷ ଦେଉଛନ୍ତି । ଆମ ଦଳର ମନ୍ଦିର ନବୀନ ନିବାସରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛନ୍ତି । ଏଥିରୁ ସେ ନିବୃତ୍ତ ରହିବାକୁ ଅନୁରୋଧ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe