କନକ ବ୍ୟୁରୋ : ରାଜ୍ୟସଭା ସାଂସଦ ତଥା କଟକ ବାରବାଟୀ ନିର୍ବାଚନମଣ୍ତଳିର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରକ ବୟାନ । ଶ୍ରୀମୟୀଙ୍କ ସପକ୍ଷରେ ବାହାରିଲେ ଦେବାଶିଷ । କହିଲେ, ଶ୍ରୀମୟୀଙ୍କୁ ଦଳ ଅଣଦେଖା କରିଛି । ଦଳ ବିରୋଧରେ ମୁହଁ ଖୋଲିଲେ ଆକ୍ସନ ଠିକ୍ ନୁହେଁ । ପ୍ରଫୁଲ୍ଲ ମଲ୍ଲିକ, ଭାସ୍କର ରାଓ ସୁବିଧାବାଦୀ ନେତା ନୁହନ୍ତି । ସମସ୍ତଙ୍କ କଥା ଶୁଣିବା କଥା । ମତେ ଦଳ ଯାହା କହେ ମୁଁ ଶୁଣେ । ମତେ କେବେ ବି ଦଳରେ ଅଣଦେଖା କରାଯାଇନାହିଁ ।
ସେପଟେ ଦେବାଶିଷଙ୍କ ମନ୍ତବୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । କହିଛନ୍ତି, କ୍ଷମତା ଉପଭୋଗ ପରେ ବୟାନବାଜି କରିବା ଦୁର୍ଭାଗ୍ୟଜନକ । ଦେବାଶିଷ ସାମନ୍ତରାୟ ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଦେଉଛନ୍ତି । ଦଳରେ କିଏ କଣ କରୁଛି ଶୃଙ୍ଖଳା କମିଟି ଦେଖୁଛି । ସେ ବିଷୟରେ ଦଳର ସୁପ୍ରିମୋ ମଧ୍ୟ ଅବଗତ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/09/19/debashish-samantray-2025-09-19-12-03-29.jpg)