କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନକୁ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି । କିଏ କାହାକୁ ଦେବେ ଭୋଟ ତାହାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା । ଏହାରି ଭିତରେ ନିର୍ବାଚନକୁ ସସ୍ପେନ ବଢ଼ାଇଛନ୍ତି ବିଜେଡି ବିଧାୟିକା ସୁଭାଷିନୀ ଜେନା । କାହାକୁ ଦେବେ ଭୋଟ କଲେନି ସ୍ପଷ୍ଟ । କହିଲେ ସମୟ କହିବ କାହାକୁ ଭୋଟ ଦେବେ ଏବେ ଠାରୁ କିଛି କହିହେବନି । ଗତକାଲି ବିଧାୟକଙ୍କୁ ଡ଼ାକି ଆଲୋଚନା କରିଥିଲେ ନବୀନ ପଟ୍ଟନାୟକ । ହେଲେ ଆଜି ବିଜେଡି ବିଧାୟିକା ସୁଭାଷିନୀ ଜେନାଙ୍କ ଏଭଳି ମନ୍ତବ୍ୟ ସନ୍ଦେହ ବଢ଼ାଇଛି । ସେପଟେ ବିଜେଡିରୁ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ମଧ୍ୟ ସମାନ କଥା କହିଛନ୍ତି । କାହାକୁ ଭୋଟ ଦେବେ ଏବେଠାରୁ କହି ପାରିବେନି ବୋଲି ମତ ରଖିଛନ୍ତି ।
ଅଧିକ ପଢ଼ନ୍ତୁ : ରୋଚକ ହେଲାଣି ରାଜ୍ୟସଭା ରଣନୀତି, ବିଧାୟକଙ୍କୁ ଆସିଲାଣି ଫୋନ୍ କଲ୍
ରାଜ୍ୟସଭା ନିର୍ବାଚନକୁ ନେଇ ସରଗରମ ରହିଛି ରାଜ୍ୟ ରାଜନୀତି । ବିଶେଷ କରି ଚତୁର୍ଥ ଆସନ ପାଇଁ ହେବ ଜୋରଦାର ଲଢ଼େଇ । ଏପରି ସମୟରେ ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ସହିତ ସମ୍ପର୍କ ଭଲ ଥିବା କହିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । କଂଗ୍ରେସର ୧୪ ବିଧାୟକ ଏକ ଅଛନ୍ତି । ତେବେ ଦିଲ୍ଲୀପ ରାୟଙ୍କ ସହିତ ସମ୍ପର୍କ ଭଲ । କିନ୍ତୁ ଦଳ ଆଗ ବୋଲି କହିଛନ୍ତି ତାରା । ବିଜେପିରେ ଘଳିଆ ଅଛି କିନ୍ତୁ କଂଗ୍ରେସରେ ନାହିଁ । ତାଙ୍କ ବିଧାୟକ ସମ୍ଭାଳନ୍ତୁ । ତାଙ୍କ ଭୋଟ୍ ଆମ ଆଡକୁ ଆସିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ।
ମନ୍ତ୍ରିମଣ୍ଡଳରେ ସ୍ଥାନ ନମିଳିବା ନେଇ ବିଜେପିକୁ ଟାର୍ଗେଟ କଲେ ବିଧାୟକ ଜୟ ନାରାୟଣ ମିଶ୍ର । ଦଳ ତାଙ୍କୁ ଅଯୋଗ୍ୟ ଭାବୁଥିବା ଯୋଗୁଁ ତାଙ୍କୁ ମନ୍ତ୍ରିମଣ୍ଡଳ ଯାଚୁନଥିବା କହିଛନ୍ତି ଜୟନାରାୟଣ । ହେଲେ ସେ ନିଜକୁ କେବେ ଅଯୋଗ୍ୟ ଭାବିନଥିବା କହିଛନ୍ତି । ବିଜେପି ଶାସନକୁ ଆସିବାରେ ଜୟ ନାରାୟଣ ନିଜ ଭୂମିକାକୁ ନେଇ ବି ବିଜେପିକୁ ତେର୍ଚ୍ଚା ବାଣ ମାରିଛନ୍ତି । ଯିଏ ରାଜ୍ୟ ଦଖଲ କରିବାରେ ସହାୟତା କରେ, ତା ଶ୍ରେୟ କାଟି ଦିଆଯାଏ । ମୁଁ ଏହି କାହାଣୀ କହି ପାରିବି ବୋଲି ବିଜେପିକୁ ଟାର୍ଗେଟ କରି କହିଛନ୍ତି ଜୟ ନାରାୟଣ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/03/09/bjd-mla-subhashini-jena-2026-03-09-17-55-03.jpg)