Ranendra Pratap Swain Photograph: (Kanak News)
କନକ ବ୍ୟୁରୋ : ବିଧାନସଭାରେ ସଂକଳ୍ପ ପତ୍ରକୁ ଚିରି ଫିଙ୍ଗିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସଂକଳ୍ପ ପତ୍ର ଚିରିବା ସହ ବିଜେଡି ଓ କଂଗ୍ରେସ ସଦସ୍ୟ କକ୍ଷ ତ୍ୟାଗ କରିଛନ୍ତି । ଜଳ ନିୟନ୍ତ୍ରଣ ଓ ନିବାରଣ ସଂକଳ୍ପ ସମୟରେ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରତି ଉତ୍ତର ରଖୁଥିଲେ । ହେଲେ ଏହାକୁ ପ୍ରତିବାଦ କରିବା ସହ ସଂକଳ୍ପ ପତ୍ରକୁ ଚିରି ଫୋପାଡ଼ି ଦେଇଥିଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଯାହା ପରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି କରାଯାଇଛି ।
ଅଧିକ ପଢ଼ନ୍ତୁ : ବିଧାନସଭାରେ ଦୁଇ ନେତା ମୁହାଁମୁହିଁ: ସ୍ୱାସ୍ଥ୍ୟମନ୍ତ୍ରୀ VS ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ
ଆଜି ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ବର୍ତ୍ତମାନର ସ୍ୱାସ୍ଥ୍ୟମନ୍ତ୍ରୀ ଓ ଆଉ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ । ନିଜ ନିଜର ନିର୍ବାଚନମଣ୍ଡଳୀରେ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ମୁହାଁ ମୁହିଁ ହୋଇଛନ୍ତି ଦୁଇ ନେତା । ତେବେ ଆଜି ବିଧାନସଭା ପ୍ରଶ୍ନକାଳରେ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ କହିଥିଲେ ସୋନପୁରରେ DHHର ନିର୍ମାଣ ଶୈଳୀ ଦେଶର ଦ୍ଵିତୀୟ ସ୍ଥାନରେ ରହିଛି, କିନ୍ତୁ ଡାକ୍ତର ନାହାନ୍ତି । ମନ୍ତ୍ରୀ ତାଙ୍କ ଏରିଆକୁ ଭଲ ଡାକ୍ତର ବଦଳି କରି ନେଇଯାଉଛନ୍ତି । ଯେଉଁ କାରଣରୁ ଅନେକ ରୋଗୀ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି ।
ଏହାର ଜବାବରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ, ବିଜେଡି ସରକାର ୨୪ ବର୍ଷ ଧରି କ୍ଷମତାରେ ଥିବାବେଳେ ବିଜେପି ଏବେ ଉତ୍ତରାଧିକାରୀ ସୂତ୍ରରେ ସବୁ ସମସ୍ୟା ପାଇଛି । ପୂର୍ବ ସରକାରରେ ନିରଞ୍ଜନ ପୂଜାରୀ ନିଜେ ସ୍ବାସ୍ଥ୍ୟମନ୍ତ୍ରୀ ଥିଲେ । ରାଜ୍ୟରେ ମୋହନ ସରକାର ଆସିବାକୁ ମାତ୍ର ଦେଢ଼ ବର୍ଷ ହୋଇଛି । ଆଉ ଦେଢ଼ ବର୍ଷ ଭିତରେ ସ୍ପେସିଆଲିଷ୍ଟ ଡାକ୍ତର ତିଆରି ହୋଇପାରିବେ ନାହିଁ । ଏହାସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ୫ ହଜାର ୧୯୫ ମେଡିକାଲ୍ ଅଫିସର ଓ ପାରା ମେଡିକାଲ ଷ୍ଟାଫ ନିଯୁକ୍ତ ହୋଇଛନ୍ତି । କିନ୍ତୁ ସ୍ପେସିଆଲିଷ୍ଟ ଡାକ୍ତର ଅଭାବ ରହିଛି, ଆଗାମୀ ଦିନରେ ପଦବୀ ପୂରଣ କରାଯିବ ବୋଲି କହିବା ସହିତ ବିଜେଡି ବିଧାୟକଙ୍କୁ ଜବାବ ଦେଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
Follow Us