କନକ ବ୍ୟୁରୋ: ବିଜେଡିରେ ବଡ଼ କମ୍ପନ । ଅସନ୍ତୁଷ୍ଟ ଶ୍ରୀମୟୀଙ୍କ ଧୃତରାଷ୍ଟ୍ର ଉପାଖ୍ୟାନକୁ ନେଇ ଏବେ ଭାରି ଚର୍ଚ୍ଚା । ବରିଷ୍ଠ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ହଠାତ୍‌ କାହିଁକି ଏମିତି ପୋଷ୍ଟ କଲେ ତାହା ଚର୍ଚ୍ଚା ହେଉଛି । ସୋସିଆଲ୍ ମିଡିଆରେ ବିସ୍ଫୋରକ ବୟାନ ଦେବା ସହିତ ଝାଡ଼ିଛନ୍ତି ଅସନ୍ତୋଷ । ପୋଷ୍ଟରେ କହିଲେ, ଅଯୋଗ୍ୟ ରାଜା । ଖାଲି ଅଯୋଗ୍ୟ ରାଜା କହିଲେ ତାହା ନୁହେଁ ବରଂ ଦୁର୍ଯ୍ୟୋଧନ କଥା ଉଠାଇ ତେରଚ୍ଛା ବାଣ ବି ମାରିଛନ୍ତି । କୁରୁସଭାରେ ଦ୍ରୌପଦୀଙ୍କ ଉପାଖ୍ୟାନ କଥା କହିବା ସହିତ ଅଯୋଗ୍ୟ ରାଜାଙ୍କୁ ଇତିହାସ କ୍ଷମା କରିବନି କହିଲେ । ତେବେ କାହିଁକି ଏମିତି କହିଲେ ତାହାକୁ ନେଇ ପୂରା ରାଜ୍ୟରେ ଚର୍ଚ୍ଚା । 

ବୁଲେଟ୍‌ ପଏଣ୍ଟରେ ପଢ଼ନ୍ତୁ ଶ୍ରୀମୟୀ କଣ କହିଲେ ?

Advertisment

ମହାଭାରତର ଦ୍ରୌପଦୀ ଉପାଖ୍ୟାନ ବଖାଣିଛନ୍ତି ଶ୍ରୀମୟୀ ମିଶ୍ର 
‘ହସ୍ତିନାପୁର ରାଜା ଧୃତରାଷ୍ଟ୍ରଙ୍କ ସଭାରେ ଦ୍ରୌପଦୀଙ୍କ ଅପମାନ ହେଉଥିଲା’
‘ଧୃତରାଷ୍ଟ୍ରଙ୍କ ଅଧ୍ୟକ୍ଷତାରେ ବସିଥିଲା କୁରୁସଭା’
‘ସବୁ ଜାଣି ମଧ୍ୟ ଅନ୍ୟାୟ ରୋକିବାକୁ ଚେଷ୍ଟା କରିନଥିଲେ ଧୃତରାଷ୍ଟ୍ର’
‘ଧୃତରାଷ୍ଟ୍ରଙ୍କର ନିଜ ପୁଅ ଦୁର୍ଯ୍ୟୋଧନ ପ୍ରତି ଥିଲା ଅନ୍ଧ ପ୍ରୀତି’
‘ଅନ୍ଧ ଭଲପାଇବା ତାଙ୍କୁ ନିରବ ରହିବାକୁ ବାଧ୍ୟ କରିଥିଲା’
‘ଇତିହାସ ଏଭଳି ଅଯୋଗ୍ୟ ରାଜାଙ୍କୁ କେବେ କ୍ଷମା କରେ ନାହିଁ’
ସୋସିଆଲ ମିଡିଆରେ ପୋଷ୍ଟ କରି ବର୍ଷିଛନ୍ତି ଶ୍ରୀମୟୀ
ଦଳ ଉପରେ ଅସନ୍ତୋଷ ଝାଡ଼ିଥିବା ନେଇ ଚର୍ଚ୍ଚା

କାହିଁକି ରାଗିଲେ ଶ୍ରୀମୟୀ? 

କଥାହେଲା, ୨୦୨୪ ନିର୍ବାଚନରେ ଶ୍ରୀମୟୀଙ୍କୁ ଟିକେଟ୍‌ ଦେଇନଥିଲା ବିଜେଡି । ନିର୍ବାଚନ ଆଗରୁ ଏମ୍‌ପି ଟିକେଟ୍‌ର ଲଲିପପ୍ ଦେଖାଇଥିଲା ଦଳ । ହେଲେ ପରବର୍ତ୍ତୀ ସମୟରେ ସେ ଟିକେଟ୍‌ ପାଇନଥିଲେ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଶ୍ରୀମୟୀ । ନିର୍ବାଚନ ପୂର୍ବରୁ ଶ୍ରୀମୟୀଙ୍କୁ ଭୁବନେଶ୍ବରର ସାଂସଦ ଟିକେଟ୍‌ ଦେବାକୁ କଥା ହୋଇଥିଲା । ପରେ ନିର୍ବାଚନୀ ପ୍ରଚାର କରାଇଲା ଦଳ..ହେଲେ ଟିକେଟ୍‌ ଦେଇନଥିଲା ବିଜେଡି ।  ଶେଷ ମୁହୂର୍ତ୍ତରେ ଶ୍ରୀମୟୀଙ୍କ ଟିକେଟ୍‌ କଟିଥିଲା । ଶ୍ରୀମୟୀଙ୍କ ଜାଗାରେ ମନ୍ମଥ ରାଉତରାୟଙ୍କୁ ବିଜେଡି ଟିକେଟ୍‌ ଦେଇଥିଲା । 

କାହାକୁ ଧୃତରାଷ୍ଟ୍ର କହିଲେ ଶ୍ରୀମୟୀ?

ଏବେ ପ୍ରଶ୍ନ ଶ୍ରୀମୟୀଙ୍କ ନଜରରେ କିଏ ଦୁର୍ଯ୍ୟୋଧନ ? ନାଁ ନ ନେଇ କାହାକୁ ଆକ୍ଷେପ କରିଛନ୍ତି ଶ୍ରୀମୟୀ? ଦଳ ଉପରେ ଅସନ୍ତୋଷ ଅଛନ୍ତି କି ଶ୍ରୀମୟୀ ? ସୋସିଆଲ ମିଡିଆରେ କାହିଁକି ମତ ରଖିଲେ ? ନିର୍ବାଚନରେ ଟିକେଟ୍‌ ନ ମିଳିବାରୁ ଅସନ୍ତୁଷ୍ଟ ଅଛନ୍ତି କି ଶ୍ରୀମୟୀ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।