କନକ ବ୍ୟୁରୋ: ସବୁଦିନ ପାଇଁ ଶୋଇଯାଇଛନ୍ତି ବାଲେଶ୍ବରର ସାହସୀ ଝିଅ ସୌମ୍ୟାଶ୍ରୀ । ଗତ ରାତିରେ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ଆଜି ତାଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି ବାପା, ମା, ସମ୍ପର୍କୀୟ, ଆତ୍ମୀୟ ସ୍ବଜନଙ୍କ ସମେତ ହଜାର ହଜାର ଲୋକ । ଏହାପରେ ରାଜନୀତି ଜୋର ଧରିଛି । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ରାଜଧାନୀରେ ବିଜେଡି ପକ୍ଷରୁ କ୍ୟାଣ୍ଡଲ ରାଲି କରାଯାଇଛି । ମାଷ୍ଟର କ୍ୟାଣ୍ଟିନ ଛକରୁ ଶହ ଶହ ବିଜେଡି କର୍ମୀ ହାତରେ ମହମବତୀ ଧରି ରାଲି କରିଥିଲେ ।

Advertisment

ମାଷ୍ଟର କ୍ୟାଣ୍ଟିନ ଛକରୁ ରାମ ମନ୍ଦିର ଯାଏଁ ରାଲି କରିଛନ୍ତି ବିଜେଡିର ନେତା ଓ କର୍ମୀ । ହାତରେ ମହମବତୀ ଧରି ପୀଡିତାଙ୍କୁ ନ୍ୟାୟ ଦାବିରେ ଏକାଠି ହୋଇଥିଲେ । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ପକ୍ଷରୁ ଦାବି କରାଯାଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ବିଜୁ ଜନତା ଦଳ । ଆସନ୍ତାକାଲି ଏଫ୍ଏମ୍‌ କଲେଜ ପୀଡିତାଙ୍କୁ ନ୍ୟାୟ ଓ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଲୋକସେବା ଭବନ ଘେରାଉ କରିବାକୁ ବିଜେଡି ଡାକରା ଦେଇଛି । ଏହାକୁ ଦୃଷ୍ଟିରେ ରଖି ଲୋକସେବା ଭବନର ସମସ୍ତ କର୍ମଚାରୀଙ୍କୁ ସକାଳ ସାଢେ ୯ଟା ସୁଦ୍ଧା ପହଞ୍ଚିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ତାରାପ୍ରସାଦ ବାହିନୀପତି କହିଛନ୍ତି, ପୂରା ଘଟଣା ପାଇଁ ଏ ସରକାର ଦାୟୀ ।