ୱାକଫ୍ ବିଲ୍ ପାଇଁ ପୁଣି ବ୍ୟାକଫୁଟରେ ବିଜେଡି ! ଦେବାଶିଷ କହିଲେ, ଜାତୀୟସ୍ତରରେ ଲଜ୍ଜିତ ବିଜେଡି

ଆପ୍ ଓ ଟିଏମସି ଭଳି ଲେଫ୍ଟ ପ୍ରଣ୍ଟ ଦଳ ଆଗରେ ଆମେ ଲଜ୍ଜିତ ହେଲୁ । କାରଣ ସେମାନଙ୍କ ଭଳି ଆମ ସାଂସଦମାନେ ବୈଠକରେ ବସି ବିଲକୁ ବିରୋଧ କରିବାକୁ ନିଷ୍ପତ୍ତି ନେଇଥିଲେ ।

461

POLITICS Photograph: (KANAKNEWS)

କନକ ବ୍ୟୁରୋ: ବିଜେଡିର ୫ ଜଣ ରାଜ୍ୟସଭା ସାଂସଦ ୱାକଫ୍ ବିଲ୍ ସପକ୍ଷରେ ଭୋଟ୍ ଦେବା ସ୍ପଷ୍ଟ ହେବା ପରେ ଅସନ୍ତୋଷ ଝାଡ଼ିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଦେବାଶିଷ କହିଛନ୍ତି, ବିଜେଡି ୱାକଫ୍ ବିଲ୍ ନେଇ ଜାତୀୟସ୍ତରରେ ଲଜ୍ଜିତ ହୋଇଛି । ଆପ୍ ଓ ଟିଏମସି ଭଳି ଲେଫ୍ଟ ପ୍ରଣ୍ଟ ଦଳ ଆଗରେ ଆମେ ଲଜ୍ଜିତ ହେଲୁ । କାରଣ ସେମାନଙ୍କ ଭଳି ଆମ ସାଂସଦମାନେ ବୈଠକରେ ବସି ବିଲକୁ ବିରୋଧ କରିବାକୁ ନିଷ୍ପତ୍ତି ନେଇଥିଲେ । ଆମେ ବି ୱାକଫ୍ ବିଲ୍ ବିପକ୍ଷରେ ଭୋଟ୍ ଦେବୁ ବୋଲି କହିଥିଲୁ କିନ୍ତୁ ପରେ ସପକ୍ଷରେ ଭୋଟ୍ ଦେଇଛନ୍ତି ଆମର ୫ ଜଣ ରାଜ୍ୟସଭା ସଦସ୍ୟ ।

ଖାଲି ଏତିକି ନୁହେଁ ସସ୍ମିତଙ୍କ ଉପରେ ସବୁ ଦୋଷ ଲଦିଦେଇଛନ୍ତି ଦେବାଶିଷ । ୱାକଫ୍ ବିଲ୍ ବିପକ୍ଷରେ ଭୋଟ୍ ଦେବାକୁ ମିଟିଂ ପରେ ସସ୍ମିତ ପାତ୍ର ଟ୍ବିଟ୍ କରି ବିବେକ କଥା କହିବାରୁ ଦ୍ଵନ୍ଦ ବଢିଲା । ତେଣୁ ମୁଁ ସମ୍ପୂର୍ଣ୍ଣ ଭୋଟିଂ ବେଳେ ଅନୁପସ୍ଥିତ ରହିଥିଲି । ଆଉ ଏଭଳି କାହିଁକି ହେଲା? ମତ ବଦଳାଇବାକୁ ଉପରୁ କିଏ ନିର୍ଦ୍ଦେଶ ଦେଲା? ଏସବୁକୁ ନେଇ ମୋ ମନ ଭିତରେ ଯାହାବି ଅସନ୍ତୋଷ ଥିଲା ସେନେଇ ମୁଁ ମୋ ଦଳର ନେତାଙ୍କୁ ପୂର୍ବରୁ ଜଣାଇଛି ବୋଲି କହିଛନ୍ତି ଦେବାଶିଷ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe