କନକ ବ୍ୟୁରୋ : ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହୋଇଛି । ଆଜି ବି ଚାଲିପାରିଲାନି ବିଧାନସଭା । ସ୍ୱାଭାବିକ ହୋଇପାରିଲାନି ପ୍ରଶ୍ନକାଳ । ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଂକୁଚିତ କରାଯାଉଥିବା ପ୍ରସଙ୍ଗ ଉଠାଇ ଗୃହର ମଧ୍ୟଭାଗରେ ହଟ୍ଟଗୋଳ କରିଛନ୍ତି ବିଜେଡି ସଦସ୍ୟ । ବିଜେଡି-ବିଜେପି ଭାଇ ଭାଇ ପୋଷ୍ଟର ଦେଖାଇ ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିଛନ୍ତି କଂଗ୍ରେସ ବିଧାୟକ ।
ଉଭୟ ଦଳର ନାରାବାଜି ଭିତରେ ଗୃହ ମାତ୍ର ୭ମିନିଟ୍ ଚାଲିଛି । ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିବା ପରେ ବି ବିରୋଧୀ ନଶୁଣିବାରୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ବାଚସ୍ପତି ଗୃହ ମୁଲତବି କରିବା ପରେ ବିଜେପି ଓ ବିଜେଡି ବିରୋଧରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ । ଜାଣିଶୁଣି ବିଧାନସଭା ବନ୍ଦ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଥିବାରୁ ଜାଣିଶୁଣି ଏଭଳି କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ତଥ୍ୟ ଅନୁସାରେ, ଚଳିତ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ ମାତ୍ର ୮ମିନିଟ୍ ଚାଲିଥିଲା, ତୃତୀୟ ଦିନରେ ମାତ୍ର ୧୫ମିନିଟ୍ ଚାଲିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/09/22/adjourned-2025-09-22-11-14-29.jpg)