କନକ ବ୍ୟୁରୋ: ବିଜେପି ଅଫିସ୍ରେ ବୈଠକ ଶେଷ ହୋଇଛି । ଏହାପରେ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ବାଲେଶ୍ୱର ଘଟଣାରେ ରାଜ୍ୟ ସରକାର କଠୋରରୁ କଠୋର ପଦକ୍ଷେପ ଆରମ୍ଭରୁ ନେଇଥିଲେ । ଯେଉଁଥି ପାଇଁ ପ୍ରମୁଖ ଦୁଇ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ସେମାନଙ୍କୁ ଗିରଫ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଘଟଣାରେ ଯେଉଁମାନେ ସମ୍ପୃକ୍ତ ସମସ୍ତେ ଦଣ୍ଡିତ ହେବେ । ସେନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ବାଲେଶ୍ୱର ଘଟଣା ସମ୍ପର୍କରେ ଆଲୋଚନା ହୋଇଛି । ଆଗକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଭଳି ଘଟଣା ଯେମିତି ଭବିଷ୍ୟତରେ ରାଜ୍ୟର କୌଣସି କଲେଜରେ ନଘଟେ ସେନେଇ ସରକାର ଚେଷ୍ଟିତ ଅଛନ୍ତି ।
ସେପଟେ, ବାଲେଶ୍ବର ଘଟଣାରେ ତେଜିଲା ରାଜନୀତି । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛି ବିରୋଧୀ ବିଜେଡି ଓ କଂଗ୍ରେସ । ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଘରକୁ ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡାମାଡ଼ ହୋଇଛି । ଖାଲି ଅଣ୍ଡାମାଡ଼ ହୋଇଛି ତାହା ନୁହେଁ ବରଂ ଜୋରଦାର ନାରାବାଜି ବି କରାଯାଇଛି । ସୌମ୍ୟାଶ୍ରୀଙ୍କ ଦେହାନ୍ତ ପରେ ପୂରା ରାଜ୍ୟରେ ତେଜିବାରେ ଲାଗିଛି ରାଜନୀତି । ସେପଟେ ବିଜେଡି ପକ୍ଷରୁ କ୍ୟାଣ୍ଡଲ ରାଲି କରାଯାଇଛି । ମାଷ୍ଟର କ୍ୟାଣ୍ଟିନ ଛକରୁ ଶହ ଶହ ବିଜେଡି କର୍ମୀ ହାତରେ ମହମବତୀ ଧରି ରାଲି କରିଥିଲେ ।