୭ ବର୍ଷ ପରେ ସେପ୍ଟେମ୍ବରରେ ହେବ ଛାତ୍ର ସଂସଦ ନିର୍ବାଚନ, ଜାଣନ୍ତୁ... ପ୍ରାର୍ଥୀ ହେବା ପାଇଁ କେଉଁ କେଉଁ ଯୋଗ୍ୟତା ଆବଶ୍ୟକ

Advertisment

ସେପ୍ଟେମ୍ବର ୧୭/୧୮ ତାରିଖ ପୂର୍ବାହ୍ନ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିପାରିବେ । ସେହିଦିନ ଅପରାହ୍ନ ନାମାଙ୍କନପତ୍ରଗୁଡ଼ିକର ଯାଞ୍ଚ ହେବ । ୧୮/୧୯ ତାରିଖ ପୂର୍ବାହ୍ନ ୧୧ଟାରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ ଏବଂ ସେହିଦିନ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ନାମାଙ୍କନପତ୍ର ପ୍ରତ୍ୟାହାର ଏବଂ ଅପରାହ୍ନ ୫ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ ।

ସେପ୍ଟେମ୍ବର ୧୭/୧୮ ତାରିଖ ପୂର୍ବାହ୍ନ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିପାରିବେ । ସେହିଦିନ ଅପରାହ୍ନ ନାମାଙ୍କନପତ୍ରଗୁଡ଼ିକର ଯାଞ୍ଚ ହେବ । ୧୮/୧୯ ତାରିଖ ପୂର୍ବାହ୍ନ ୧୧ଟାରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ ଏବଂ ସେହିଦିନ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ନାମାଙ୍କନପତ୍ର ପ୍ରତ୍ୟାହାର ଏବଂ ଅପରାହ୍ନ ୫ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ ।

Chatra sansada nirbachan

Photograph: (kanaknews)

କନକ ବ୍ୟୁରୋ : ଆସନ୍ତା ସେପ୍ଟେମ୍ବରରେ ହେବ ଛାତ୍ର ସଂସଦ ନିର୍ବାଚନ । ୭ ବର୍ଷ ପରେ କଲେଜ ନିର୍ବାଚନ ହେଉଥିବାରୁ ଚଳଚଞ୍ଚଳ କଲେଜ କ୍ୟାମ୍ପସ । ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇ ନଥିଲେ ବି ସେପ୍ଟେମ୍ବର ୨୫ କିମ୍ବା ୨୬ରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ଉଚ୍ଚଶିକ୍ଷା‌ ବିଭାଗ ଯୋଜନା ପ୍ରସ୍ତୁତ କରିଛି । ସେପ୍ଟେମ୍ବର ୧୫ କିମ୍ବା ୧୬ ତାରିଖରେ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ସେପ୍ଟେମ୍ବର ୧୭/୧୮ ତାରିଖ ପୂର୍ବାହ୍ନ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିପାରିବେ । ସେହିଦିନ ଅପରାହ୍ନ ନାମାଙ୍କନପତ୍ରଗୁଡ଼ିକର ଯାଞ୍ଚ ହେବ । ୧୮/୧୯ ତାରିଖ ପୂର୍ବାହ୍ନ ୧୧ଟାରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ ଏବଂ ସେହିଦିନ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ନାମାଙ୍କନପତ୍ର ପ୍ରତ୍ୟାହାର ଏବଂ ଅପରାହ୍ନ ୫ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ । ସେପ୍ଟେମ୍ବର ୨୪ କିମ୍ବା ୨୫ ତାରିଖରେ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ସଭା ଅନୁଷ୍ଠିତ ହେବ । ଏଥର ମଧ୍ୟ ଗୋଟିଏ ସମୟରେ ସାରା ରାଜ୍ୟରେ ନିର୍ବାଚନ କରିବାକୁ ନିଷ୍ପତ୍ତି ହୋଇଛି । ସମ୍ଭବତଃ ୨୫ କିମ୍ବା ୨୬ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ଅନୁଷ୍ଠିତ ହେବ । ଅପରାହ୍ନ ୨ଟାରୁ ଭୋଟଗଣତି ଆରମ୍ଭ ହୋଇ ସନ୍ଧ୍ୟା ସୁଦ୍ଧା ଫଳ ପ୍ରକାଶ ପାଇବ । ସେପ୍ଟେମ୍ବର ୨୬, ନହେଲେ ୨୭ ତାରିଖ ପୂର୍ବାହ୍ନ ୧୧ଟାରେ ବିଜୟୀ ପ୍ରାର୍ଥୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଏହାପରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଦଶହରା ଛୁଟି ଘୋଷଣା କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଛାତ୍ର ସଂସଦ ନିର୍ବାଚନ
କିଏ ହୋଇପାରିବେ ପ୍ରାର୍ଥୀ? 
ଲିଙ୍ଗ୍‌ଡୋ କମିସନଙ୍କ ନିୟମ ଅନୁଯାୟୀ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ
ପ୍ରାର୍ଥୀ ହେବା ଲାଗି ସ୍ନାତକ ଛାତ୍ରଛାତ୍ରୀଙ୍କ ବୟସ ୧୫ରୁ ୨୨ ହୋଇଥିବା ଦରକାର
ପିଜି ଛାତ୍ରଛାତ୍ରୀଙ୍କ ପାଇଁ ସର୍ବାଧିକ ବୟସ ସୀମା ୨୫ ବର୍ଷ ରଖାଯାଇଛି
ପ୍ରାର୍ଥୀ ହେବା ପାଇଁ କ୍ଲାସରୁମ୍‌ରେ ୭୫ ପ୍ରତିଶତ ଉପସ୍ଥାନ ନିତାନ୍ତ ଆବଶ୍ୟକ
ପ୍ରାର୍ଥୀଙ୍କ ବିରୋଧରେ କୌଣସି ପ୍ରକାର ଅପରାଧିକ ମାମଲା ନଥିବା ଆବଶ୍ୟକ
କୌଣସି ରାଜନୈତିକ ଦଳରୁ କେହି ପ୍ରାର୍ଥୀ ହୋଇପାରିବେ ନାହିଁ
କ୍ୟାମ୍ପସ୍‌ରେ ଗଣ୍ତଗୋଳ ହେଲେ ନିର୍ବାଚନକୁ ବାତିଲ୍‌ କରିପାରିବେ କଲେଜ କର୍ତ୍ତୃପକ୍ଷ 
ବଜାର ଦର ବଢ଼ୁଥିବାରୁ ପ୍ରାର୍ଥୀଙ୍କ ପ୍ରଚାର ଖର୍ଚ୍ଚ ବଢ଼ାଇବାକୁ ପ୍ରସ୍ତାବ ରହିଛି
ନିର୍ବାଚନ ଖର୍ଚ୍ଚ ପାଇଁ ପୂର୍ବରୁ ୫ ହଜାର ଟଙ୍କା ରଖାଯାଇଥିଲା
ଏଥର ତାହାକୁ ୧୦ କିମ୍ବା ୨୦ ହଜାର ଟଙ୍କା କରାଯାଇପାରେ
ପ୍ରଚାର ସମୟରେ ପ୍ରାର୍ଥୀମାନେ ପ୍ରିଣ୍ଟିଂ ପୋଷ୍ଟର, ବ୍ୟାନର୍‌ ଲଗାଇପାରିବେ ନାହିଁ
ବ୍ୟାନର୍‌ ଲଗାଇବା ଲାଗି କଲେଜ କର୍ତ୍ତୃପକ୍ଷ ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ କରିବେ
ପ୍ରଚାରରେ ଡାକବାଜି ଯନ୍ତ୍ର, ଗାଡ଼ି ଓ ଜୀବଜନ୍ତୁ ବ୍ୟବହାର ହେବ ନାହିଁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe