କନକ ବ୍ୟୁରୋ : ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ପୂର୍ବ ସରକାରରଙ୍କ ବିଫଳତାକୁ ନେଇ ପ୍ରଶ୍ନ ଉଠାଇଲେ ଶାସକ ଦଳର ବିଧାୟକ । ବାବୁ ସିଂଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି, ବିଜୁ ଯୁବ ବାହିନୀ ପାଇଁ ୨ ବର୍ଷରେ ୧୮୩ କୋଟି ୬୭ ଲକ୍ଷ ୩୯ ହଜାର ଟଙ୍କା ଖର୍ଚ୍ଚ କରିଥିଲେ ବିଜେଡି ସରକାର । ୨୦୧୮-୧୯, ୨୦୧୯-୨୦ ଦୁଇ ବର୍ଷରେ ଖର୍ଚ୍ଚ ହୋଇଛି ଏହି ଟଙ୍କା । ପରେ ୨୦୨୦-୨୧ ରେ ବ୍ୟୟବରାଦ ନକରି ଯୋଜନାକୁ ବନ୍ଦ କରିଦେଇଥିଲେ ପୂର୍ବର ସରକାର ।
ରାଜ୍ୟ ସରକାରଙ୍କର ବିଭିନ୍ନ ଜନ ହିତକର ଯୋଜନାର କାର୍ଯ୍ୟକାରିତା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ତଥା ଯୁବଗୋଷ୍ଠୀଙ୍କ ଦ୍ୱାରା ବିଭିନ୍ନ ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ସଚେତନତା କରାଇବା ଇତ୍ୟାଦି ଏହି ଉପଯୋଜନାର ଆଭିମୁଖ୍ୟ ଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/09/19/biju-yuva-bahini-2025-09-19-12-56-02.jpeg)