କନକ ବ୍ୟୁରୋ : ଶପଥ ନେଉ ନେଉ ବିବାଦ ଘେରରେ ସିଦ୍ଧୁ । ରୋକଠୋକ ଶୁଣାଇଦେଲେ କପିଲ ଶର୍ମା ଶୋକୁ ସେ ଛାଡିପାରିବେ ନାହିଁ । ଅର୍ଥାତ ଏହି ଲୋକପ୍ରିୟ ଟେଲିଭିଜନ କାର୍ଯ୍ୟକ୍ରମକୁ ଛାଡିବାର କୈାଣସି ଇରାଦା ତାଙ୍କର ନାହିଁ । ଗଣମାଧ୍ୟମ ପ୍ରତିନିଧି ଯେତେବେଳେ ତାଙ୍କୁ ପଚାରିଥିଲେ, ଆପଣ ପଂଜାବରେ ଥିବା ସମସ୍ୟାକୁ ଦୂର କରିବାକୁ କାମ କରିବେ ନା ଟିଭି ଶୋରେ ଅଧିକ ଧ୍ୟାନ ଦେବେ? ଆଉ ଟିମ ଇଣ୍ଡିଆର ଏହି ପୂର୍ବତନ ଧୁଆଁଧାର ଖେଳାଳି କହିଥିଲେ, ଯେତେବେଳେ ପଂଜାବବାସୀ ୬ ଥର ଜିତାଇଛନ୍ତି ଆଉ ମୋ ଟିଭି କାର୍ଯ୍ୟକ୍ରମକୁ ନେଇ ପ୍ରତିକ୍ରିୟାଶୀଳ ହୋଇନାହାଁନ୍ତି, ତେବେ ଆପଣଙ୍କର କଣ ଅସୁବିଧା ହେଉଛି?
Kanak News is now on WhatsApp
Join and get latest news updates delivered to you via WhatsApp
ଏହି ମୈାକାକୁ ହାତଛଡା କରିବାକୁ ଚାହିଁନଥିଲେ ବିରୋଧୀ । ତୁରନ୍ତ କହିଥିଲେ, ଯେତେବେଳେ ସିଦ୍ଧୁ ଅମ୍ରିତସରରୁ ସାଂସଦ ଥିଲେ ସେ ନିଜ ନିର୍ବାଚନମଣ୍ଡଳୀ ଉପରେ ଧ୍ୟାନ ଦେଉନଥିଲେ । ତେଣୁ ୨୦୧୪ରେ ତାଙ୍କୁ ଟିକେଟ ମିଳିନଥିଲା । ୧୯୯୯ ରୁ ୨୦୧୪ ଯାଏଁ ସିଦ୍ଧୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
ଟିଭି କାର୍ଯ୍ୟକ୍ରମର କୈାଣସି ପ୍ରଭାବ ତାଙ୍କ ଦାୟିତ୍ୱ ଉପରେ ପଡିବନି ବୋଲି ସିଦ୍ଧୁ କହିଛନ୍ତି । ସପ୍ତାହର ଗୋଟିଏ ଦିନ ସେ କପିଲ ଶର୍ମା ଶୋ ପାଇଁ ଯିବେ, ଯାହା ତାଙ୍କ ଆୟର କେବଳ ଏକମାତ୍ର ଅଂଶ ବିଶେଷ । ପୂର୍ବରୁ ବିଜେପି ଏନେଇ କେବେ ଆପତ୍ତି କରିନଥିଲା ବରଂ ତାଙ୍କର ଲୋକପ୍ରିୟ ଶଦ୍ଦ ଠୋକୋ ତାଲିକୁ ସବୁ ରାଲିରେ ବ୍ୟବହାର କରୁଥିଲା । କପିଲ ଶର୍ମା ଶୋରେ ସିଦ୍ଧୁଙ୍କର ଜବରଦସ୍ତ କ୍ରେଜ୍ ରହିଛି । ତାଙ୍କ ସାୟରୀ ଆଉ ଅନ୍ଦାଜ ଶୋ ହିଟର ଆଉ ଏକ ମାଧ୍ୟମ ହୋଇଥିବା ବେଳେ, ବିରୋଧୀ ଏବେ ଏହାକୁ ଟାର୍ଗେଟ କରିଛନ୍ତି ।