କଂଗ୍ରେସ-ବିଜେପି ବସ୍ ପଲିଟିକ୍ସର ପାର୍ଟ-ଟୁ: ଯୋଗୀ ସରକାରଙ୍କୁ ୩୬ ଲକ୍ଷ ଟଙ୍କାର ବିଲ୍ ପଠାଇଲା ରାଜସ୍ଥାନ; କୋଟାରୁ ବସରେ ଛାତ୍ରଛାତ୍ରୀଙ୍କୁ ୟୁପି ପଠାଇଥିବା ଭଡା ମାଗିଲେ ଗେହଲତ ସରକାର

295

କନକ ବ୍ୟୁରୋ: କଂଗ୍ରେସ ଓ ବିଜେପି ମଧ୍ୟରେ ବସକୁ ନେଇ ରାଜନୀତି ଦ୍ୱିତୀୟ ପର୍ଯ୍ୟାୟରେ ପହଂଚିଛି । ଏବେ ରାଜସ୍ଥାନ ସରକାର ଉତରପ୍ରଦେଶ ସରକାରଙ୍କୁ ୩୬ ଲକ୍ଷ ଟଙ୍କାର ବିଲ ପଠାଇଛି । ଏହି ବିଲ ସେହି ଛାତ୍ରଙ୍କ ନାମରେ ପଠାଯାଇଛି, ଯେଉଁମାନେ କୋଟାରେ ପଢୁଥିଲେ ଓ ତାଲାବନ୍ଦ ସମୟରେ ରାଜସ୍ଥାନ ସରକାର ବସରେ ସେମାନଙ୍କୁ ୟୁପି ପଠାଇଥିଲେ । ଗୋହଲତ ସରକାର ବିଲ ପଠାଇ ତୁରନ୍ତ ପୈଠ କରିବାକୁ କହିଛନ୍ତି । ୟୁପି ସରକାରଙ୍କୁ ୩୬ ଲକ୍ଷ ୩୬ ହଜାର ୬୪୪ ଟଙ୍କାର ବିଲ ପଠାଇଛି ।

ଏହା ପୂର୍ବରୁ ୟୁପିରେ ପ୍ରବାସୀ ଶ୍ରମିକଙ୍କୁ ଆଣିବା ପାଇଁ ୧ ହଜାର ବସକୁ ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଥିଲେ । ତାଲାବନ୍ଦ ଯୋଗୁଁ ରାଜସ୍ଥାନରେ ୟୁପିର ପ୍ରାୟ ୧୨ ହଜାର ଛାତ୍ରଛାତ୍ରୀ ଫସି ରହିଥିଲେ । ୟୁପି ସରକାର ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ୫୭୦ଟି ବସ ପଠାଇଥିଲେ । ହେଲେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ ହେବାରୁ ରାଜସ୍ଥାନ ସରକାରଙ୍କୁ ସହାୟତା ମାଗିଥିଲେ ଯୋଗୀ । ଆଉ ରାଜସ୍ଥାନ ସରକାର ରାଜ୍ୟ ପରିବହନ ବିଭାଗର ୭୦ଟି ବସରେ ଛାତ୍ରଛାତ୍ରୀଙ୍କୁ ୟୁପି ପଠାଇଥିଲେ । ଯାହାର ବିଲ ପୈଠ କରିବାକୁ କହକିଛନ୍ତି ଗେହଲତ ସରକାର ।