କନକ ବ୍ୟୁରୋ : ଜୟ ଜଗନ୍ନାଥ ବନାମ ଜୟ ଶ୍ରୀରାମ । ନାରାକୁ ନେଇ ତେଜିଲା ରାଜନୀତି । ଜୟ ଜଗନ୍ନାଥ ସ୍ଲୋଗାନ ଦେଇ ବିଜେଡିର ଅଭିଯାନ ଆରମ୍ଭ ହୋଇଥିବା ବେଳେ ବିଜେପି କହିଲା, ଆମର ଜୟ ଶ୍ରୀରାମ ।
ରାଜ୍ୟରେ ଏହି ନାରାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ସୋସିଆଲ ମିଡିଆରେ ବିଜେଡି ଜୟ ଜଗନ୍ନାଥର କ୍ୟାମ୍ପେନ ଚଳାଇଛି । ବିଜେଡିର ସମସ୍ତ ନେତା ମଧ୍ୟ ଜୟ ଜଗନ୍ନାଥ କହି ସାମାଜିକ ଗଣମାଧ୍ୟମରେ ଭିଡିଓ ସେୟାର କରିଚାଲିଛନ୍ତି । ଲୋକଙ୍କ ମଧ୍ୟରେ ଭାବପ୍ରବଣତା ବଢାଇବା ପାଇଁ ବିଜେଡି ଏହି ଅଭିଯାନ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/1-54.jpg)