କେନ୍ଦୁଝର ଗନ୍ଧମାର୍ଦ୍ଦନ ଖଣିକୁ ନେଇ ରାଜନୀତି । ନେତାଙ୍କ କଳି ଭିତରେ ଦୁର୍ଦ୍ଦଶା ଭୋଗୁଛନ୍ତିି ଶ୍ରମିକ । ରୋଜଗାର ବନ୍ଦ, ଘରେ ଜଳୁନି ଚୁଲି

101

କନକ ବ୍ୟୁରୋ : କେନ୍ଦୁଝରରେ ଖଣିରେ କାମ କରୁଥିବା ଶହ ଶହ ଶ୍ରମିକ ଏବେ ବେରୋଜଗାର , ସ୍ଥିତି ଏମିତି ହୋଇଛି ଯେ ଘରେ ଚୁଲି ଜଳୁନି । ଏପରି ପରିସ୍ଥିତି ହେବା ପଛର କାରଣ ହେଲା ଜିଲ୍ଲାର ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ । ବଦ୍ରିନାରାୟଣ ପାତ୍ର ବନାମ ମୋହନ ମାଝୀ । କଣ ପାଇଁ ଏହି ବିବାଦ ଆସନ୍ତୁ ଜାଣିବା ଏହି ପୁରା କାହାଣୀ ।

ବଦ୍ରି ପାତ୍ରଙ୍କ ସମର୍ଥକମାନେ ମୋହନ ମାଝୀଙ୍କ ବିରୋଧରେ ପ୍ରତିବାଦ କରୁଛନ୍ତି । ଗନ୍ଧମାର୍ଦ୍ଦନ ଖଣିର ଲୋଡିଂ ଦାୟିତ୍ୱ ତୁଲାଉଥିବା ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ସମ୍ପାଦକଙ୍କ କହିବା ହେଲା, ବର୍ଷ ବର୍ଷ ଧରି ଓଏମସିର କାମ ଠିକ ଭାବେ ଚାଲୁଥିଲା । କିନ୍ତୁ ମୋହନ ମାଝୀ ବିଧାୟକ ହେବା ପରେ ଖଣିରେ ଅଶାନ୍ତି ସୃଷ୍ଟି କରି ଖଣି କାର୍ଯ୍ୟ ହାତେଇବାକୁ ଉଦ୍ୟମ କରୁଛନ୍ତି । କିନ୍ତୁ ମୋହନ ମାଝି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିବା ସହିତ ସିଧା ସିଧା ବଦ୍ରିଙ୍କୁ ଟାର୍ଗଟ କରିଛନ୍ତି ।

ସେପଟେ ବଦ୍ରି ପାତ୍ର କହିଛନ୍ତି ମୋହନ ତାଙ୍କୁ ଅଯଥାରେ ବିବାଦ ଭିତରକୁ ଟାଣୁଛନ୍ତି । ସରକାରୀ ଖଣିରେ ଦୀର୍ଘଦିନର ଆନ୍ଦୋଳନ ଯୋଗୁଁ ଲକ୍ଷାଧିକ ଟଙ୍କାର ରାଜସ୍ୱ ହାନି ହେଉଛି । ଏଥିରେ ପ୍ରଶାସନ ହସ୍ତକ୍ଷେପ କରିବା ଦରକାର । ଗୋଟିଏ ପଟେ ଶ୍ରମିକଙ୍କ ଆନ୍ଦୋଳନ ଅନ୍ୟପଟେ ଖଣିକାମ ହାତେଇବାକିୁ ନେଇ ଦୁଇ ରାଜନେତାଙ୍କ ବିବାଦ । ଆଉ ଏହାରୁ ଭିତରେ ବେରୋଜଗାର ହୋଇଥିବା ଶ୍ରମିକଙ୍କ ଦୁର୍ଦ୍ଦସା ବଢିଯାଇଛି । ସେମାନଙ୍କ ପରିବାର କେମିତି ଚଳିବ ଏବେ ସେହି ଚିନ୍ତାରେ ଶ୍ରମିକ ।