କନକ ବ୍ୟୁରୋ: ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ୱିଟ କରି କଡା ଜବାବ ଦେଇଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପ୍ରଣବ କହିଛନ୍ତି, ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତରେ ସବୁ ଜାଣି ଅଜଣା ହେବାର ନାଟକ କରୁଛନ୍ତି ଧର୍ମେନ୍ଦ୍ର । ସୋସିଆଲ ମିଡିଆ ଏକ୍ସରେ ପ୍ରଣବ ପ୍ରକାଶ ଦାସ କଟାକ୍ଷ କରିଛନ୍ତି ଶିକ୍ଷକ ନିଯୁକ୍ତିର ପୁରା ପ୍ରକ୍ରିୟା କେନ୍ଦ୍ରୀୟ ସଂସ୍ଥା ଇଡିସିଆଇଏଲ୍ ଜରିଆରେ କରାଯାଇଛି । ଆଉ ଏହା ଆପଣଙ୍କ ମନ୍ତ୍ରାଳୟ ଅଧିନରେ କାର୍ଯ୍ୟ କରୁଛି । ଏହି ସଂସ୍ଥା ମିନି ରତ୍ନ କ୍ୟାଟେଗୋରୀରେ ଆସୁଛି । ଆପଣଙ୍କ ନିଜସ୍ୱ ସଂସ୍ଥା ନିଯୁକ୍ତି ପ୍ରକ୍ରିୟାରେ ଘପଲାତି କରିଛି କି ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ ପ୍ରକାଶ ଦାସ ।

Advertisment

ପ୍ରଣବ ପୁଣି ଦର୍ଶାଇଛନ୍ତି ଯେ, କେନ୍ଦ୍ରୀୟ ସଂସ୍ଥା ଇଡିସିଆଇଏଲ୍ କେନ୍ଦ୍ରୀୟ ବିଦ୍ୟାଳୟଠାରୁ ଆରମ୍ଭ କରି ଜବାହର ନବୋଦ୍ୱୟ ବିଦ୍ୟାଳୟ, ଏମ୍ସ, ଭାରତୀୟ ସେନା ଓ ଅନ୍ୟାନ୍ୟ ସଂସ୍ଥା ପାଇଁ ନିଯୁକ୍ତି କରିଥାଏ । ସେଠି ମଧ୍ୟ କଣ ଅନିୟମିତତା ହୋଇଥିବା ଆପଣ କହିବାକୁ ଚାହୁଁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ ।