ବଡ଼ ଗାଡ଼ିର ବେପରୁଆ ଗାଡ଼ି ଚାଳନା ପାଇଁ ବର୍ଷିଲା ବିଜେପି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କଲେ ଦାବି । ଏପଟେ ହସ୍ପିଟାଲ ବେଡରେ ସଂଘର୍ଷ କରୁଛନ୍ତି ଅନ୍ୟଜଣେ ଗୁରୁତର
କନକ ବ୍ୟୁରୋ: ଭୁବନେଶ୍ୱର ପାୱାର ଛକରେ ହିଟ ଆଣ୍ଡ ରନ ମାମଲାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଜୀବନ ସହ ସଂଘର୍ଷ କରୁଛନ୍ତି । କିନ୍ତୁ ଏହାକୁ ନେଇ ତେଜିଛି ରାଜନୀତି । କମିଶନରେଟ ପୁଲିସ ଉପରେ ପ୍ରଶ୍ନ ଉଠାଇଛି ବିଜେପି । ଦଳ କହିଛି, କାହିଁକି ତତ୍ପରତା ଦେଖାଉନାହିଁ କମିଶନରେଟ ପୁଲିସ?

Kanak News is now on WhatsApp
Join and get latest news updates delivered to you via WhatsApp
- ଭୁବନେଶ୍ୱର ହିଟ୍ ଆଣ୍ଡ ରନ୍ ମାମଲା
- କମିଶନରେଟ ପୁଲିସ ଉପରେ ପ୍ରଶ୍ନ ଉଠାଇଲା ବିଜେପି
ଭୁବନେଶ୍ୱର ପାୱାର ହାଉସ ଛକରେ ବାଇକକୁ ଧକ୍କା ଦେଇ ଚାଲିଗଲା ରେଞ୍ଜ୍ ରୋଭର । ଘଟଣାକୁ ୪ ଦିନ ବିତିଗଲା । ଆହତ ଯୁବତୀଙ୍କ ମୃତ୍ୟୁ ହୋଇଥିବାବେଳେ ଯୁବକ ଗୁରୁତର ଅବସ୍ଥାରେ ଏବେ ବି ମୃତ୍ୟୁସହ ସଂଘର୍ଷ କରୁଛନ୍ତି । ଆଉ ଏହାକୁ ନେଇ ତେଜିଛି ରାଜନୀତି । ରାଜ୍ୟ ବିଜେପି କମିଶନରେଟ ପୁଲିସକୁ ଘେରିଛି । ପୁଲିସ କାହିଁକି ତତ୍ପରତା ଦେଖାଉ ନାହିଁ ବୋଲି ଦଳ ପ୍ରଶ୍ନ ପଚାରିଛି ।
ବିଜେପିର ପ୍ରଶ୍ନ?
- ଦୁର୍ଘଟଣାର ପ୍ରକୃତ ଅଭିଯୁକ୍ତ କିଏ?
- ଦୁର୍ଘଟଣା ବେଳେ ଆଉ କିଏ ବସିଥିଲା କି?
- ପ୍ରକୃତ ଦୋଷୀଙ୍କୁ ବଂଚାଇବାକୁ ଉଦ୍ୟମ ହେଉଛି କି ?
- କାହା ଚାପରେ ପୁଲିସ ନମ୍ବର ବଦଳାଇ ପରେ ସ୍ପଷ୍ଟୀକରଣ ଦେଲା ?
- ଆଇପିସିର-୩୦୨ରେ କାହିଁକି ମାମଲା ରୁଜୁ ହେଲା ନାହିଁ?
କମିଶନରେଟ ପୁଲିସ ମାମଲାକୁ ଥଣ୍ଡା କରିବାକୁ ବସିଛି । ତେଣୁ ଘଟଣାରେ ରାଜ୍ୟ ସରକାର ଓ ବିଜେଡି ଉତ୍ତର ରଖନ୍ତୁ ବୋଲି ଦାବି କରିଛି ରାଜ୍ୟ ବିଜେପି । ତେବେ ବିଜେଡି ଏହାକୁ ନିନ୍ଦା କରିଛି । ଏହାର ରାଜନୀତି କରଣ ହେବା ଉଚିତ ନୁହେଁ ବୋଲି କହିଛି ବିଜେଡି ।
ଦୁର୍ଘଟଣା ପରେ ଆହତ ଯୁବକ ଓ ମୃତ ଯୁବତୀଙ୍କ ପରିବାର ଉପରେ ଯେମିତି ପାହାଡ ପଡିଛି । ଘଟଣାରେ ଆହତ ଯୁବତୀ ପ୍ରାଣ ହରାଇଲେ, ଯୁବକ ଗୁରୁତର । କିନ୍ତୁ ସେମାନଙ୍କ ସମ୍ପର୍କୀୟଙ୍କ ପ୍ରତି ସହାନୁଭୂତି ମଧ୍ୟ ପ୍ରକାଶ ପାଇଲାନି । ପରିବାରକୁ ସମବେଦନା ଦେବାକୁ ବି କେହି ଆସିଲେ ନାହିଁ । ଯାହାକୁ ନେଇ ଉଦବେଗ ପ୍ରକାଶ ପାଇଛି । ଆଉ ଏହାକୁ ନେଇ ରାଜନୀତି ହେବା ପରେ ପ୍ରତିକ୍ରିୟା ରଖିଛି ଜିଲ୍ଲା ବିଜେଡି । ଦଳ କହିଛି, ଏହା ଏକ ଦୁର୍ଘଟଣା । ଏଥିରେ ବିଜେଡିର କୌଣସି ନେଣଦେଣ ନାହି ାଁ ଏଭଳି କଥାକୁ ନେଇ ରାଜନୀତି ନ କରିବାକୁ ବି ବିଜେଡି କହିଛି ।
ତେବେ ଦୁର୍ଘଟଣା ଘଟାଇଥିବା ଗାଡିର ମାଲିକ କିଏ ଏପର୍ଯ୍ୟନ୍ତ ପୋଲିସ ସ୍ପଷ୍ଟ କରିନି । କିନ୍ତୁ ଆରଟିଓର ତଥ୍ୟ ଅନୁସାରେ ରେଞ୍ଜରୋଭର ଗାଡି ନଂ- ଓଡି-୨୩-କେ- ୦୦୦୬ର ମାଲିକାନା ଝାରସୁଗୁଡାର ଆର୍ମର-ରେ ଭେଂଚର୍ସ ପ୍ରାଇଭେଟ୍ ଲିମିଟେଡ୍ ନାଁରେ ରହିଛି । କମ୍ପାନୀର ଦୁଇ ଜଣ ନିର୍ଦ୍ଦେଶକ ରହିଛନ୍ତି । ଜଣେ ନିର୍ଦ୍ଦେଶକ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ । ଆଉ ଏହି ତଥ୍ୟ ଆସିବା ପରେ ତେଜିଛି ରାଜନୀତି ।