କନକ ବ୍ୟୁରୋ: ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ କୂଳମଣି ବରାଳ ଓ ସହଯୋଗୀଙ୍କୁ ହତ୍ୟା ଘଟଣାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଲା ବିଜେପି । ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟରୁ ମାଷ୍ଟରକ୍ୟାଣ୍ଟିନ୍ ଅଭିମୁଖେ ଯାଇ ପ୍ରତିବାଦ କଲା ବିଜେପି । ତୁରନ୍ତ ଘଟଣାର ତଦନ୍ତ କରି ୭ ଦିନ ଭିତରେ ହତ୍ୟାକାରୀଙ୍କୁ ଗିରଫ କରିବାକୁ ଦାବି କରି ଆଇନ୍ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି, ଏପରିକି ରାଜ୍ୟ ସରକାର ସବୁଦେଖି ନିରବଦ୍ରଷ୍ଟା ପାଲଟିଥିବା କହି ହଙ୍ଗାମା କଲା ଭାରତୀୟ ଜନତାପାର୍ଟି ।
ସେପଟେ ଆସନ୍ତାକାଲି ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତା ରାଜ୍ୟର ସମସ୍ତ ଥାନା ଘେରାଉ କରିବା ସହ ମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫ ଦାବି କରିବ । ଜାନୁଆରୀ ୬ରେ ବିଜେପି କାର୍ଯ୍ୟକର୍ତା ରାଜ୍ୟର ସମସ୍ତ ଏସପି ଅଫିସ ଘେରାଉ କରିବେ । ଜାନୁଆରୀ ୮ରେ ଏହି ହତ୍ୟାକାଣ୍ଡରେ ସରକାର ଚୁପ ବସିଥିବା ବିରୋଧରେ ବିଜେପିର ୨୫ ହଜାର କାର୍ଯ୍ୟକର୍ତା ଡିଜି ଅଫିସ ଘେରାଉ କରିବେ । ଏନେଇ ବିଜେପିର ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/34-2.jpg)