ରାଜ୍ୟ ସରକାରଙ୍କ ସ୍ୱୟମ ଯୋଜନାକୁ ନେଇ ତେଜିଲା ରାଜନୀତି । ବିଜେପି କହିଲା କେନ୍ଦ୍ର ସରକାରଙ୍କ ଯୋଜନାକୁ କପି କରୁଛନ୍ତି ଓଡିଶା ସରକାର । କଂଗ୍ରେସର ବି ସମାଲୋଚନା

ଯୁବ ବ୍ୟବସାୟୀଙ୍କୁ ବିନା ସୁଧରେ ଲକ୍ଷେ ଟଙ୍କା ଋଣ ଦେବାକୁ ଘୋଷଣା କରିଛନ୍ତି ସରକାର

110

କନକ ବ୍ୟୁରୋ: ରାଜ୍ୟ ସରକାର ଘୋଷଣା କରିଥିବା ସ୍ୱୟମ ଯୋଜନାକୁ ନେଇ ତେଜିଲା ରାଜନୀତି । କେନ୍ଦ୍ର ସରକାରଙ୍କ ଯୋଜନାକୁ ଓଡିଶା ସରକାର କପି କରୁଥିବା ବିଜେପି କହିଛି । କଂଗ୍ରେସର ବି ସମାଲୋଚନା କରିଛି । କିନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଯୋଜନାକୁ ନେଇ ଉତ୍ସାହିତ ଅଛନ୍ତି ଯୁବ ବର୍ଗ । ସ୍ୱଂୟମ ଯୋଜନାରେ ବ୍ୟବସାୟ ପାଇଁ ଲକ୍ଷେ ଟଙ୍କା ସହାୟତା ଘୋଷଣାକୁ ସମସ୍ତେ ସ୍ୱାଗତ କରିଛନ୍ତି ।

ରାସନକାର୍ଡଧାରୀଙ୍କୁ ହଜାରେ ଟଙ୍କା ଓ ଯୁବବର୍ଗଙ୍କ ପାଇଁ ନୂଆ ସ୍କିମ ସ୍ୱୟମ ଘୋଷଣା ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ହିତାଧିକାରୀ ଓ ଯୁବଗୋଷ୍ଠୀଙ୍କ ପ୍ରତିକ୍ରିୟା । ବିଶେଷକକରି ସ୍ୱଂୟମ ଯୋଜନାରେ ବ୍ୟବସାୟ ପାଇଁ ଲକ୍ଷେ ଟଙ୍କା ସହାୟତା ଘୋଷଣାକୁ ସମସ୍ତେ ସ୍ୱାଗତ କରିଛନ୍ତି । ରାଜ୍ୟର ଅନେକ ଲୋକ ଅଛନ୍ତି ଯେଉଁମାନେ ଟଙ୍କା ଅଭାବରୁ ନିଜ ବ୍ୟବସାୟକୁ ବଢାଇପାରୁନାହାନ୍ତି । ତେଣୁ ସମସ୍ତେ ଏହି ଯୋଜାନାକୁ ସ୍ୱାଗତ କରିଛନ୍ତି । ସ୍ୱୟମ ଯୋଜନା ସେମାନଙ୍କ ବ୍ୟବସାୟକୁ ବଢାଇବା ବୋଲି ଅନେକ ମତ ଦେଇଛନ୍ତି । ସ୍ୱଂୟ ଯୋଜନାକୁ ନେଇ ଉତ୍ସାହିତ ଅଛନ୍ତି ଯୁବ ବର୍ଗ ।

  • ଯୋଜନାକୁ ନେଇ ଆରମ୍ଭ ହେଲା ରାଜନୀତି
  • କିଏ କାହା ଯୋଜନାକୁ କରୁଛି କପି ପେଷ୍ଟ?

କ୍ୟାବିନେଟ ନିଷ୍ପତ୍ତି ଅନୁସାରେ, ରାସନକାର୍ଡଧାରୀଙ୍କୁ ହଜାରେ ଟଙ୍କା ଲେଖାଁଏ ମିଳିବ । ୧ ହଜାର ଟଙ୍କା ସହ ୨ଟି ଲେଖାଁଏ ଝୋଟ ତିଆରି ବ୍ୟାଗ ଦିଆଯିବ । ୯୫. ୯୦ ଲକ୍ଷ ହିତାଧିକାରୀ ପରିବାରକୁ ମିଳିବ ଆର୍ଥିକ ସହାୟତା । ସ୍ୱଂୟମ ଯୋଜନାରେ ବ୍ୟବସାୟ କରୁଥିବା ଯୁବକଯୁବତୀଙ୍କୁ ମିଳିବ ୧ ଲକ୍ଷ ଯାଏଁ ଋଣ । ୧୮ରୁ ୩୫ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ବିନା ସୁଧରେ ଋଣ ଯୋଗାଇ ଦେବେ ରାଜ୍ୟ ସରକାର ।

ତେବେ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଏ ଦୁଇଟି ବଡ ଘୋଷଣାକୁ ନେଇ ରାଜନୀତି ଆରମ୍ଭ ହୋଇଛି । ସରକାରଙ୍କ ଘୋଷଣାକୁ ବିଜେପି ଓ କଂଗ୍ରେସ ସମାଲୋଚନା କରିଛନ୍ତି । ବିଜେପି କହିଛି, କେନ୍ଦ୍ରୀୟ ଯୋଜନାର କପି ପେଷ୍ଟ କରୁଛନ୍ତି ରାଜ୍ୟ ସରକାର । କୁହାଯାଉଛି ଯୁବବର୍ଗଙ୍କୁ ସ୍ୱାବଲମ୍ବୀ କରିବି ସ୍ୱୟମ । ଏହାଦ୍ୱାରା ରାଜ୍ୟର ବ୍ୟବସାୟିକ ବାତାବରଣ ଉଜ୍ୱଳ ହୋଇପାରିବ । ତେବେ ନିର୍ବାଚନ ପୂର୍ବରୁ ସରକାରଙ୍କ ଏହି ଘୋଷଣା ବିଜେଡିକୁ ଫାଇଦା ଦେଇପାରେ ।