ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ କି ନୀତିଶ? ୨୦୨୪ ନିର୍ବାଚନ ପାଇଁ ବିହାର ମୁଖ୍ୟମନ୍ତ୍ରୀଙ୍କ ଆଗୁଆ ପ୍ରତିଶ୍ରୁତି 

ଅଣ ବିଜେପି ଦଳ କେନ୍ଦ୍ରରେ ସରକାର କଲେ ସମସ୍ତ ପଛୁଆ ରାଜ୍ୟକୁ ମିଳିବ ସ୍ୱତନ୍ତ୍ର ମାନ୍ୟତା 

310

କନକ ବ୍ୟୁରୋ: ନୀତିଶ କୁମାରଙ୍କ ଏକ ବୟାନ ଏବେ ଜାତୀୟ ରାଜନୀତିରେ  ଝଡ଼ ସୃଷ୍ଟି କରିଛି । ନୀତିଶ କହିଛନ୍ତି ଯେ, ଆଗାମୀ ଲୋକସଭା ନିର୍ବାଚନରେ ଯଦି ଅଣବିଜେପି ଦଳ କେନ୍ଦ୍ରରେ ସରକାର ଗଠନ କରେ, ତେବେ ଦେଶର ପ୍େରତ୍ୟକ ପଛୁଆ ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ମିଳିବ । ଓଡ଼ିଶା, ବିହାର ଓ ଝାଡ଼ଖଣ୍ଡ ଭଳି ପଛୁଆ ରାଜ୍ୟ ଲଗାତର ଭାବେ ସ୍ୱତନ୍ତ୍ର ମାନ୍ୟତା ଦେବାକୁ କେନ୍ଦ୍ର ନିକଟରେ ଦାବି କରିଆସୁଛନ୍ତି । ହେଲେ ନିୟମ ନଥିବା କହି ଏହାକୁ ଏଡ଼ାଇ ଚାଲିଛନ୍ତି ମୋଦୀ ସରକାର । ତେଣୁ ଏନଡିଏରେ ନଥିବା ଦଳ ଗୁଡ଼ିକୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ନୀତିଶ ଏପରି ରାଜନୈତିକ ଗୋଟିଚାଳନା କରୁଥିବା ଚର୍ଚ୍ଚା ହେଉଛି ।

କ୍ଷମତାକୁ ଆସିଲେ ଦେଶର ପ୍ରତ୍ୟେକ ପଛୁଆ ରାଜ୍ୟକୁ ମିଳିବ ସ୍ୱତନ୍ତ୍ର ମାନ୍ୟତା । ୨୦୨୪ ନିର୍ବାଚନରେ ନୀତିଶ କୁମାର ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ନେଇ ଚର୍ଚ୍ଚା ଭିତରେ ସେ ଏହି ବଡ ଘୋଷଣା କରିଛନ୍ତି । ଯାହା ସାରାଦେଶର ରାଜନୈତିକ ଉଷ୍ଣତାକୁ ବଢ଼ାଇ ଦେଇଛି । ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ନୀତିଶ କହିଛନ୍ତି, କେବଳ ବିହାର ନୁହେଁ । ଆଗାମୀ ଲୋକସଭା ନିର୍ବାଚନରେ ଯଦି ଅଣବିଜେପି ଦଳ କେନ୍ଦ୍ରରେ ସରକାର ଗଠନ କରେ ତେବେ ଦେଶର ପ୍େରତ୍ୟକ ପଛୁଆ ରାଜ୍ୟକୁ ଏହି ସୁବିଧା ମିଳିବ ।

ନିକଟରେ ବିଜେପି ହାତ ଛାଡି ମହାମେଣ୍ଟରେ ସାମିଲ ହୋଇ ବିହାରରେ ସରକାର ଗଢ଼ିବା ପରେ ନୀତିଶ ଆଗାମୀ ନିର୍ବାଚନରେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ଚେହେରା ହେବେ ବୋଲି ଚର୍ଚ୍ଚା ହେଉଛି । ଏଥିସହ ଦିଲ୍ଲୀ ଯାଇ ନୀତିଶ ବିଭିନ୍ନ ରାଜନୈତିକ ଦଳର ନେତାଙ୍କୁ ଭେଟିବା ଓ ଏବେ ଏଭଳି ବୟାନ ଦେବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ନୀତିଶଙ୍କ ଆହ୍ୱାନ ପରେ ସାରାଦେଶରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ଆଉ ରାଜନୈତିକ ଦଳର ନେତାମାନେ ପ୍ରତିକ୍ରିୟା ରଖିଛନ୍ତିି । ଓଡିଶା ଦୀର୍ଘ ଦିନ ହେବ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରି ଆସୁଥିବାରୁ ଶାସକ ଦଳ କି ଆଭିମୁଖ୍ୟ ରଖିବ ସେ ନେଇ ପ୍ରଶ୍ନରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ।

ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି, ଓଡି଼ଶା ପରି ବିହାର ଓ ଅନ୍ୟ ରାଜ୍ୟ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରିଛନ୍ତି । ଏନେଇ ନୀତିଶ କୁମାର ଏକ ପ୍ରସ୍ତାବ ରଖିଛନ୍ତି । ହେଲେ, ଏବେ ରାଜନୈତିକ ଚିତ୍ର ସ୍ପଷ୍ଟ ହୋଇନି । ନୀତିଶ କେଉଁ ଆଧାରରେ ଏପରି କହୁଛନ୍ତି । ସେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷିତ ହୋଇଛନ୍ତି କି? ଅନ୍ୟପଟେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, କିଛି ଲୋକ ଦିବା ସ୍ୱପ୍ନ ଦେଖୁଛନ୍ତି । ନୀତିଶଙ୍କ ପଦୁଟେ କଥାକୁ ବି କୌଣସି ରାଜନୈତିକ ଦଳ ବର୍ତ୍ତମାନ ଗ୍ରହଣ କରୁନାହାଁନ୍ତି ।

ଓଡିଶା, ବିହାର, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ଗୋଆକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବାକୁ ଦାବି ହୋଇ ଆସୁଛି । ୨୦୧୪ ନିର୍ବାଚନ ସମୟରୁ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବାକୁ ଦାବି କରି ଆସୁଛନ୍ତିି ନବୀନ ପଟ୍ଟନାୟକ । ସେହିପରି ୨୦୦୭ରୁ ବିହାରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବା ପାଇଁ ଦାବି କରିଆସୁଛନ୍ତି ନୀତିଶ । ହେଲେ, ୧୪ତମ ଫାଇନାନ୍ସ କମିଶନ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ବ୍ୟବସ୍ଥାକୁ ହଟାଇ ଦେଇଛନ୍ତି । ବିକାଶ ପାଇଁ କେବଳ ଆର୍ଥିକ ସହାୟତା ଦେବା ପାଇଁ ନିଷ୍ପତିି ନେଇଛନ୍ତି । ହେଲେ, ନୀତିଶ କ୍ଷମତାକୁ ଆସିଲେ କେଉଁ ଆଧାରରେ ସ୍ୱତନ୍ତ୍ର ମାନ୍ୟତା ଦେବେ ତାହା ସ୍ପଷ୍ଟ କରି ନାହାଁନ୍ତି ।