ରତ୍ନଭଣ୍ଡାର ପାଇଁ ନୂଆ କମିଟି, ତେଜିଲା ରାଜନୀତି । ବିଜେଡିର କଟାକ୍ଷ, କହିଲା ଭୁଆଁ ବୁଲାଉଛନ୍ତି ସରକାର । ଆଇନମନ୍ତ୍ରୀଙ୍କ ଜବାବ, ବିରୋଧୀ ପ୍ରଶ୍ନ ଉଠାଇବା ଲଜ୍ୟାଜନକ ।

Advertisment
ରତ୍ନଭଣ୍ଡାର ପାଇଁ ନୂଆ କମିଟି, ତେଜିଲା ରାଜନୀତି । ବିଜେଡିର କଟାକ୍ଷ, କହିଲା ଭୁଆଁ ବୁଲାଉଛନ୍ତି ସରକାର । ଆଇନମନ୍ତ୍ରୀଙ୍କ ଜବାବ, ବିରୋଧୀ ପ୍ରଶ୍ନ ଉଠାଇବା ଲଜ୍ୟାଜନକ ।

କନକ ବ୍ୟୁରୋ : ରତ୍ନଭଣ୍ଡାର ଖୋଲିବା ପାଇଁ ନୂଆ କମିଟି ଗଠନ କରିଛନ୍ତି ମୋହନ ସରକାର । ୧୬ ଜଣିଆ କମିଟି ଗଠନ ପରେ ଆରମ୍ଭ ହୋଇଛି ରାଜନୀତି । ପୁରୁଣା କମିଟିକୁ ଭଙ୍ଗାଯିବା ଓ ନୂଆ କମିଟି ଗଠନକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ମନ୍ଦ ଉଦ୍ଦେଶ୍ୟ ରଖି ରତ୍ନ ଭଣ୍ଡାର କମିଟି ଭଙ୍ଗା ଯାଇଛି। ଅରିଜିତ ପଶାୟତଙ୍କ ଭଳି ସୁନାମଧନ୍ୟ ବ୍ୟକ୍ତିଙ୍କୁ ମନ୍ଦ ଉଦ୍ଦେଶ୍ୟ ରଖି ହଟେଇ ଦିଆଯାଇଛି । ସେମାନେ କେତେବେଳେ କଣ କହୁଛନ୍ତି, ତାଙ୍କର କଣ ଉଦ୍ଦେଶ୍ୟ ତାହା ଓଡ଼ିଶାବାସୀ ଜାଣିଛନ୍ତି । କେତେବେଳେ ରତ୍ନଭଣ୍ଡାର ଖୋଲିବା ତାରିଖ ଘୋଷଣା କରୁଛନ୍ତି ତ ପୁଣି କେତେବେଳେ ମନା କରୁଛନ୍ତି । ଲୋକଙ୍କୁ ଭୁଆଁ ବୁଲାଇବାକୁ ଏଭଳି କରୁଛନ୍ତି ବୋଲି କହି କଟାକ୍ଷ କରିଛନ୍ତି ପ୍ରମିଳା ମଲ୍ଲିକ ।

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେଡି ଘେରିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ପୃଥ୍ୱୀରାଜ କହିଛନ୍ତି, ଜଣେ ଯଦି ଲଜ୍ୟାହୀନ ହେବ ତାହା ହେଲେ ତାଙ୍କ ପାଖରେ ଉତ୍ତର ନାହିଁ । ୨୪ ବର୍ଷର ସରକାର ରତ୍ନଭଣ୍ଡାର ଖୋଲି ପାରିଲେନି । ଗଣତି ମଣତି କରିପାରିଲେନି। ଏବେ ଯଦି ସେମାନେ କହିବେ କାହିଁକି କମିଟି ଭାଙ୍ଗିଗଲା, ଏହାଠୁ ଦୁର୍ଭାଗ୍ୟପୂର୍ଣ୍ଣ ଉତ୍ତର କିଛି ନହେଇପାରେ। ଏକଥା ସ୍ପଷ୍ଟ ଯେ ସରକାର ଗଠନକୁ ୨ରୁ ୨୫ ହୋଇଛି। ରତ୍ନ ଭଣ୍ଡାର ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ନୂଆ କମିଟି ଗଠନ ହୋଇଛି। ଭଣ୍ଡାର କେବେ ଖୋଲାଯିବ ଆସନ୍ତା କାଲି କମିଟି ନିଷ୍ପତ୍ତି ନେବ। ରତ୍ନ ଭଣ୍ଡାର ଯଥା ସମୟରେ ଖୋଲାଯିବ ଗଣତି ମଣତି କରାଯିବ। ପ୍ରତିଟି ଆର୍ଟିକିଲର ଡିଜିଟାଲ ଫଟୋ କପି କରାଯିବ । ସବୁକୁ ପ୍ରିଜର୍ଭ କରାଯିବ । ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ରେଫରାଲ ଡକ୍ୟୁମେଣ୍ଟ ଭଳି ତାକୁ ବ୍ୟବହାର କରାଯିବ। ଉଦ୍ଭଟ କଥାରୁ ବିଜୁ ଜନତା ଦଳ ନିବୃତ ରହୁ ବୋଲି କହିଛନ୍ତି ପୃଥ୍ୱୀରାଜ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe