ଛାତ୍ରଛାତ୍ରୀଙ୍କୁ ମିଳିବ ନବୀନ ଓଡିଶା ମ୍ୟାଜିକ କାର୍ଡ । ପିଲା ପାଇବେ ଆଧୁନିକ ସେବା ଓ ସୁବିଧା । ତେଜିଲା ରାଜନୀତିକ ବୟାନବାଜି

625

କନକ ବ୍ୟୁରୋ: ଅଗଷ୍ଟ ୧୫ ତାରିଖରେ ରାଜ୍ୟର କଲେଜ ଛାତ୍ରଛାତ୍ରୀଙ୍କୁ ନବୀନ ମ୍ୟାଜିକ୍ କାର୍ଡ ମିଳିବ । ଏଥିପାଇଁ ମାର୍ଚ୍ଚ ୫ରୁ ଆରମ୍ଭ ହେବ ପଞ୍ଜିକରଣ । ପ୍ରକୃତରେ ଏହି ମ୍ୟାଜିକ୍ କାର୍ଡ ମ୍ୟାଜିକ୍ କରିବାକୁ ସମର୍ଥ । କାରଣ ଏଥିରେ, ଏକାଧିକ ବିଶେଷତ୍ୱ ରହିଛି ।

  • ଛାତ୍ରଛାତ୍ରୀଙ୍କୁ ମିଳିବ ଡିଜିଟାଲ ସୁବିଧା
  • ମାର୍ଚ୍ଚ ୫ରୁ ଆରମ୍ଭ ହେବ ନବୀନ ‘ମ୍ୟାଜିକ କାର୍ଡ’

ରାଜ୍ୟ ସରକାରଙ୍କ ଫୋକସରେ ଛାତ୍ରଛାତ୍ରୀ । ଏମାନଙ୍କୁ ଖୁବଶୀଘ୍ର ବଣ୍ଟାଯିବ ନବୀନ ଓଡିଶା ମ୍ୟାଜିକ କାର୍ଡ । କାର୍ଡରେ ପ୍ରମୁଖ ସୁବିଧା ମଧ୍ୟରେ ରହିଛି …

  • କାର୍ଡ ଜରିଆରେ ପଏଣ୍ଟ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରାଯିବ
  • ଡିଜିଟାଲ ସୁବିଧା ଯୋଗାଇ ଉତ୍ସାହିତ କରାଯିବ
  • କାର୍ଡ ଦ୍ୱାରା ପିଲାମାନଙ୍କ ଯାତାୟତରେ ରିହାତି ମିଳିବ
  • ମୋବାଇଲରେ ଇଣ୍ଟରନେଟ ରିଚାର୍ଜ ଓ ୱାଇଫାଇ ସୁବିଧା
  • ଅନଲାଇନ ପାଠ୍ୟକ୍ରମ, ବ୍ୟକ୍ତିତ୍ୱ ବିକାଶ ପାଠ୍ୟକ୍ରମଓ କର୍ମଶାଳା ସୁବିଧା
  • କ୍ୟାରିୟର ଚୟନ ପାଇଁ ପାଠ୍ୟକ୍ରମ ଓ ଅନ୍ୟାନ୍ୟ ସୁବିଧା

ତେବେ ଛାତ୍ରଛାତ୍ରୀ ପାଇଥିବା କାର୍ଡଗୁଡିକୁ ସେମାନଙ୍କ ବିଭିନ୍ନ କାର୍ଯ୍ୟକଳାପ ଓ ପାରାମିଟର ମାଧ୍ୟମରେ ପଏଣ୍ଟ ଅନୁସାରେ ସ୍ୱର୍ଣ୍ଣ, ରୌପ୍ୟ ଓ ପ୍ଲାଟିମନରେ ବିଭକ୍ତ କରାଯାଇଛି । ଶ୍ରେଣୀ ଉପସ୍ଥାନ, ଅନୁଶାସନ, ଶୈଷକ ପ୍ରଦର୍ଶନ ହେବ ଆଧାର । ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି, ଖେଳ, ଅନଲାଇନ ପାଠ୍ୟକ୍ରମ ଆଧାରରେ କାର୍ଡ ବଣ୍ଟନ ଓ ନବୀକରଣ ହେବ ।

ସରକାରଙ୍କ ଏହି ଯୋଜନାକୁ ବିରୋଧୀ କଟାକ୍ଷ କରିଛନ୍ତି । ବିଜେପି କହିଛି, ଏହା ମ୍ୟାଜିକ କାର୍ଡ ନୁହେଁ ଚିଟିଙ୍ଗ୍ କାର୍ଡ । କଂଗ୍ରେସ କହିଛି, ଆଗରୁ କରିଥିଲେ ଜଣାପଡିଥାନ୍ତା ପିଲାଙ୍କ ପାଇଁ ଦରଦ ଥିଲା । ଏବେ କଲେ ଜଣାପଡୁଛି, ସରକାର ଅସୁବିଧାରେ ପଡିଯାଇଛନ୍ତି । ବିଜେଡି କହିଛି, ଛାତ୍ରଛାତ୍ରୀଙ୍କୁ ଆଗକୁ ନେବା ପାଇଁ ଏସବୁ ବ୍ୟବସ୍ଥା କରାଯାଇଛି । ମାର୍ଚ୍ଚ ୫ ତାରିଖରୁ ମ୍ୟାଜିକ କାର୍ଡ ପଞ୍ଜିକରଣ ହୋଇ ଅଗଷ୍ଟ ୧୫ରେ ବଣ୍ଟାଯିବ । ନୂଆ କାର୍ଡକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଦେଖାଦେଇଛି ।