ମାଟ୍ରିକ ପରୀକ୍ଷା ବିଭ୍ରାଟକୁ ନେଇ ତେଜିଲା ରାଜନୀତି ।  ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି । 

325

କନକ ବ୍ୟୁରୋ: ମାଟ୍ରିକ ପରୀକ୍ଷା ବିଭ୍ରାଟକୁ ନେଇ ତେଜିଲା ରାଜନୀତି । ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ଯୁବ ମୋର୍ଚ୍ଚା । ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେପି ଯୁବ ମୋର୍ଚ୍ଚା । ନିଜ ବ୍ୟବସ୍ଥାରେ ଥିବା ଲୋକଙ୍କୁ ଗଣଶିକ୍ଷା ମନ୍ତ୍ରୀ ଧରିପାରୁନାହାନ୍ତି ବୋଲି କହିଛି ବିଜେପି । ମନ୍ତ୍ରୀ ଇସ୍ତଫା ନଦେଲେ ତାଙ୍କ ବାସଭବନ ଘେରାଓ କରିବା ସହ ଆନ୍ଦୋଳନ ଚେତାବନୀ ଦେଇଛି ଦଳ । ସେପଟେ ପରୀକ୍ଷାରେ ସ୍ୱଚ୍ଛତାର କଥା କହି ଅଭିଭାବକଙ୍କୁ ସରକାର ଭୁଆଁ ବୁଲାଉଥିବା କହିଛି କଂଗ୍ରେସ । ଏବଂ ପ୍ରଶ୍ନପତ୍ର ଭାଇରାଲ କରୁଥିବା ଲୋକଙ୍କ ଉପରେ ସରକାର କ’ଣ ପଦକ୍ଷେପ ନେଉଛନ୍ତି ବୋଲି ପ୍ରଶ୍ନ କରିଛି ଦଳ ।