କନକ ବ୍ୟୁରୋ: ରାଜରାସ୍ତାରେ ଜଗନ୍ନାଥ ସେନା । ଜଗନ୍ନାଥଙ୍କ ସଂସ୍କୃତିକୁ ନଷ୍ଟକାରୀଙ୍କୁ କଠୋର ଦଣ୍ଡବିଧାନ ଦାବିରେ ମାଷ୍ଟରକ୍ୟାଂଟିନ ଛକରେ ପ୍ରତିବାଦ । କାମିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗୋ ମାଂସର ପ୍ରଚାର କରୁଥିବା ବ୍ଲଗର ଦ୍ୱାରା ଜଗନ୍ନାଥ ସଂସ୍କୃତି ଏବଂ ମହାପ୍ରସାଦର ପ୍ରଚାର ପ୍ରସାର ସନାତନୀଙ୍କୁ ଦୁଃଖ ଦେଇଛି । ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଛି । ତେଣୁ କାମିଆଙ୍କ ବିରୋଧରେ ମାମଲା ଦାୟର କରିବାକୁ ଦାବି କରାଯାଇଛି ।

Advertisment

କାମିଆ ଯାନୀ ପ୍ରସଙ୍ଗରେ , ନାଁ ନନେଇ ପ୍ରତିକ୍ରିୟା ରଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଥିଲେ, ସବୁ ଓଡ଼ିଆ ଓ ସନାତନୀଙ୍କ ପାଇଁ ପ୍ରଭୁ ଜଗନ୍ନାଥ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର । ଜନ ଭାବନାକୁ ଆଘାତ ଦେଲା ଭଳି କାମ କେହି ନକରିବା ଉଚିତ । ଜାଣତରେ କିମ୍ବା ଅଜାଣତରେ ହେଉ, ଯେଉଁ ଆସ୍ଥା ଓଡ଼ିଆ ଲୋକଙ୍କ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଅଛି ଓ ଯେଉଁ ଭାବାବେଗ ରହିଛି, ତା ସାଙ୍ଗରେ ଅତି ଉତ୍ସାହ ହୋଇ ନଖେଳିଲେ ଭଲ । ଏଥିପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

କାମ୍ୟା ଯାନୀ ଗୋମାଂସ ଖାଉଥିବାର ଫଟୋ ଓ ଭିଡିଓ ଦେଖାଇ ବିଜେଡିକୁ ଟାର୍ଗେଟ୍ କରିଥିଲା ବିଜେପି । ହେଲେ ଏହାକୁ ନେଇ ବିଜେଡି ମଧ୍ୟ ଉତ୍ତର ରଖିଥିଲା । ହେେ ଏବେ ଏହି ପ୍ରସଙ୍ଗକୁ ନେଇ ରାଜନୀତି ତେଜିବା ଆରମ୍ଭ କଲାଣି ।