ସାଧାରଣତନ୍ତ୍ର ଦିବସ ପାଇଁ ଆବାସ ହିତାଧିକାରୀଙ୍କୁ ନିମନ୍ତ୍ରଣକୁ ନେଇ ରାଜନୀତି । ବିଜେଡି କହିଲା ହିତାଧିକାରୀଙ୍କୁ ହଇରାଣ କରି ଏବେ ଦିଲ୍ଲୀ ବୁଲାଇନେବା ହାସ୍ୟାସ୍ପଦ ।

163

କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସରେ ସ୍ୱତନ୍ତ୍ର ଅତିଥି ହେବେ ପିଏମ ଆବାସ ହିତାଧିକାରୀ । ଏନେଇ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ରର ଚିଠି ପରେ ତେଜିଛି ରାଜନୀତି । ବିଜେଡି କହିଛି, ଆବାସ ପୋର୍ଟାଲ ବନ୍ଦ କରି ହିତାଧିକାରୀଙ୍କୁ ହଇରାଣ କରାଯାଉଛି । ରାଜ୍ୟ ସରକାର ବାରମ୍ବାର କେନ୍ଦ୍ରକୁ ପୋର୍ଟାଲ ଖୋଲିବା ପାଇଁ ଜଣାଇଥିଲେ ମଧ୍ୟ ଖୋଲାଯାଇ ନଥିଲା । ଆଉ ଏବେ ଆବାସ ହିତାଧିକାରୀଙ୍କୁ ଦିଲ୍ଳୀ ବୁଲାଇ ନେବା ଉଦ୍ୟମ ହାସ୍ୟାସ୍ପଦ ବୋଲି କହିଛି ବିଜେଡି ।

ସେହିପରି କଂଗ୍ରେସ କହିଛି, ଆଗକୁ ନିର୍ବାଚନ ଅଛି ବୋଲି ଡ୍ରାମା କରାଯାଉଛି । ପ୍ରଚାର, ପ୍ରସାର ପାଇଁ ବିଜେପି ଡ୍ରାମା କରିବା ଦୁର୍ଭାଗ୍ୟଜନକ । ସାଧାରଣତନ୍ତ୍ର ଦିବସ ଅବସରରେ ସ୍ୱତନ୍ତ୍ର ଅତଥି ଭାବେ କର୍ତବ୍ୟ ପଥରେ ପିଏମ୍ ଆବାସ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର । ଆସନ୍ତା ୨୫ ତାରିଖ ସକାଳ ସୁ୍ଦ୍ଧା ପିଏମ ଆବାସ ହିତାଧିକାରୀଙ୍କୁ ନେଇ ନୋଡାଲ ଅଫିସର ଦିଲ୍ଲୀ ପହଂଚିବାକୁ ଚିଠିରେ କୁହାଯାଇଛି । ୨୫ ତାରିଖରେ ଦିଲ୍ଲୀରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ସହ ରାତ୍ରିଭୋଜନରେ ସାମିଲ ହେବେ । ଏହାପରେ ୨୬ ତାରିଖରେ କର୍ତବ୍ୟ ପଥରେ ହେବାକୁ ଥିବା ପରେଡ ଦେଖିବେ ପିଏମ ଆବାସ ହିତାଧିକାରୀ ।