କନକ ବ୍ୟୁରୋ: ଦିଲ୍ଲୀରେ ମ୍ୟୁନିସିପାଲ କର୍ପୋରେସନ୍ ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ । ଦିଲ୍ଲୀର ଅଳିଆ ଗଦାକୁ ଆଧାର କରି ବିରୋଧୀ କର୍ମୀ କେଜ୍ରିୱାଲଙ୍କ ଇସ୍ତଫା ଦାବି କରିବା ପରେ ଏହାର ଜବାବ ଦେଇଛନ୍ତି କେଜ୍ରିୱାଲ ନଗର ନିଗମ ଅଧିନରେ ଆସୁଥିବା ଗାଜିପୁର ଲ୍ୟାଣ୍ଡଫିଲ ସାଇଟରେ ପହଞ୍ଚି ବିଜେପିକୁ ଟାର୍ଗେଟ କରିଛନ୍ତି ।
‘ଦିଲ୍ଲୀରେ ସ୍ୱଚ୍ଛତାର ବାହାନା କରି କେବଳ ରାଜସ୍ୱକୁ ଲୁଟିଛି । ୧୫ ବର୍ଷ ଭିତରେ ବିରାଟ ବିରାଟ ଅଳିଆ ପାହାଡ ସୃଷ୍ଟି କରି ଦିଲ୍ଲୀବାସୀଙ୍କୁ ବିଜେପି ଉପହାର ଦେଇଛି ହେଲେ ଦିଲ୍ଲୀରେ ଆପ୍ ସରକାର କ’ଣ କ’ଣ କରିଛି ଏକଥା ଯାହରକୁ ପଚାରିବେ ସିଏ କହିବେ’ ବୋଲି କହି ବିଜେପିକୁ ଟାର୍ଗେଟ କରିଛନ୍ତି କେଜ୍ରିୱାଲ ।
ସୂଚନା ମୁତାବକ, ଦିଲ୍ଲୀରେ ଅଳିଆ ଗଦାକୁ କେନ୍ଦ୍ର କରି ବିଜେପି କର୍ମୀମାନେ ଗାଜିପୁର ଲ୍ୟାଣ୍ଡଫିଲ ଅଞ୍ଚଳରେ ଧାରଣା ଦେଇଥିଲେ । ଏହାସହ କେଜ୍ରିୱାଲଙ୍କ ଇସ୍ତଫା ଦାବି କରି ପ୍ରଦର୍ଶନ ମଧ୍ୟ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/29-9.jpg)