କନକ ବ୍ୟୁରୋ: କଟକର ଐତିହାସିକ ବାରବାଟୀ ଷ୍ଟାଡିୟମକୁ ନେଇ ତେଜିଲା ରାଜନୀତି। ଷ୍ଟାଡିୟମର ନବୀକରଣ ପାଇଁ ବଜେଟରେ କୌଣସି ପ୍ରସ୍ତାବ ନଥିବା କ୍ରୀଡାମନ୍ତ୍ରୀ କହିବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି ।

Advertisment

ଏହି ପ୍ରସଙ୍ଗରେ ପ୍ରେସମିଟ କରି କଟକ ମେୟର ସୁବାଷ ସିଂହ କ୍ରୀଡାମନ୍ତ୍ରୀଙ୍କ ମନ୍ତବ୍ୟ ନିରାଶାଜନକ ବୋଲି କହିଛନ୍ତି। ବାରବାଟୀ ଷ୍ଟାଡିୟମକୁ ନବୀକରଣ କରି ବିଶ୍ୱସ୍ତରୀୟ ଷ୍ଟାଡିୟମରେ ପରିଣତ କରିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ନବୀକରଣ ପାଇଁ ୭୦୦ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ। ଏଥିପାଇଁ ବିସିସିଆଇର ଅନୁମୋଦନ ମଧ୍ୟ ମିଳିଥିଲା । କିନ୍ତୁ ବିଜେପି ସରକାର ବାରବାଟୀ ଷ୍ଟାଡିୟମର ନବୀକରଣ କାର୍ୟ୍ୟକୁ ନାଁ କହିବା ସମସ୍ତ କଟକବାସୀ ଏବଂ କ୍ରୀଡାପ୍ରେମୀଙ୍କୁ ଶକ୍ତ ଧକ୍କା ଦେଇଛି ବୋଲି କହିଛନ୍ତି କଟକ ମେୟର ସୁବାଷ ସିଂହ।