କନକ ବ୍ୟୁରୋ : ଲୋକସଭାରେ ଆଗତ ହୋଇଛି ବହୁପ୍ରତିକ୍ଷୀତ ମହିଳା ସଂରକ୍ଷଣ ବିଲ୍ । ବର୍ତମାନ ମାହୋଲ ଯାହା ରହିଛି, ପାର୍ଲାମେଂଟରେ ବିଲ୍ ପାଶ ବି ହୋଇଯିବ । ଆଉ ଏହାହେଲେ ଲୋକସଭା ଓ ରାଜ୍ୟ ବିଧାନସଭା ଗୁଡିକରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରତିନିଧିତ୍ୱ ମିଳିବ । କିନ୍ତୁ ପ୍ରଶ୍ନ ଉଠୁଛି,
-ମହିଳା ସଂରକ୍ଷଣ ବିଲ୍ର ଶ୍ରେୟ କିଏ ନେବ?
-ସଂରକ୍ଷଣ ନେଇ ସରକାରଗୁଡିକ କେତେ ସକ୍ରିୟ ଥିଲେ?
-ବିଲ୍କୁ ସମର୍ଥନ କରୁଥିବା ଦଳ ଗମ୍ଭୀର ଥିଲେ କି?

Kanak News is now on WhatsApp
Join and get latest news updates delivered to you via WhatsApp
ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଆଗତ ହେବ ବୋଲି ସ୍ପଷ୍ଟ ହେବା ପରେ ସୋନିଆ ଗାନ୍ଧିଙ୍କ ପ୍ରତିକ୍ରିୟା ଥିଲା ଏହା ହେଉଛି ଆମର, ଆପଣାର । ଆଉ ଏହାର ଠିକ କିଛି ସମୟ ପରେ ପ୍ରଧାନମନ୍ତ୍ରୀଙ୍କ ବୟାନ ଥିଲା, ମହିଳାଙ୍କୁ ଅଧିକାର ଦେବା ଓ ସେମାନଙ୍କ ଶକ୍ତିକୁ ଉପଯୋଗ କରିବା ଭଳି ପବିତ୍ର କାମ କରିବାକୁ ଇଶ୍ୱର ମୋତେ ପଠାଇଛନ୍ତି, ଆଉ ସରକାର ଏ ନେଇ କାମ କରୁଛନ୍ତି । ଏହାପରେ ବିଲ ଆଗତ ହୋଇଥିଲା
୨୭ ବର୍ଷର ଇତିହାସକୁ ଦେଖିଲେ ମହିଳା ସଂରକ୍ଷଣ ବିଲ୍ ନେଇ ସବୁ ରାଜନୈତିକ ଦଳ ଆଭିମୁଖ୍ୟ ଏକପ୍ରକାର ରହିଛି । ତେଣୁ ଏହାର ଶ୍ରେୟ କାହାକୁ ଯିବ ସେ ନେଇ ଏବେ ଅଙ୍କକଷା ଆରମ୍ଭ ହୋଇଛି । ପ୍ରଶ୍ନ ଏହା ବି ଉଠୁଛି, ମହିଳା କଣ ଏତେ ଶୀଘ୍ର ସଶକ୍ତିକରଣ ହୋଇଯିବେ ।
-୧୯୯୬ ମସିହାରେ ପ୍ରଥମେ ମହିଳା ସଂରକ୍ଷଣ ବିଲକୁ ପାର୍ଲାମେଂଟରେଉପସ୍ଥାପନ କରାଯାଇଥିଲା
-ମିଳିତ ସରକାର ଯୋଗୁଁ ବିଲ୍ ପାଶ ହୋଇପାରିନଥିଲା
– ବାଜପେୟୀ ସରକାର ଅମଳରେ ୧୯୯୮, ୧୯୯୯, ୨୦୦୨ ଓ ୨୦୦୩-୨୦୦୪ରେ ଉଦ୍ୟମ ଫେଲ୍
-୨୦୧୦ରେ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ପାଶ ହୋଇଥିଲା
-ସାମଜାବାଦୀ ପାର୍ଟ. ଆରଜେଡି ବିରୋଧ କରିଥିଲେ, ବିଏସପି କକ୍ଷତ୍ୟାଗ କରିଥିଲା
କିନ୍ତୁ ସମାଜବାଦୀ ପାର୍ଟି ଓ ଆରଜେଡି ୟୁପିଏ ସରକାରର ଅଂଶୀଦାର ଥିଲେ
ଆଉ ଅଂଶୀଦାର ଦଳର ବିରୋଧ ଯୋଗୁଁ ଆଗକୁ ବଢିପାରିନଥିଲେ ତତାକଳୀନ ୟୁପିଏ ସରକାର
ବିଜେଡି ବାରମ୍ବାର ବିଲ ସପକ୍ଷରେ କହିଆସିଥିଲା
-ମହିଳା ସଂରକ୍ଷଣ ବିଲ ନେଇ ସବୁ ରାଜନୈତିକ ଦଳ ତତ୍ପରତା ଦେଖାଇନଥିଲେ କାହିଁକି?
-ପ୍ରଥମ କାର୍ଯ୍ୟକାଳରେ ମୋଦି ସରକାର ଏ ନେଇ କାହିଁକି ଉଦ୍ୟମ କରିନଥିଲେ?
-ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ଏହି ପ୍ରୟାସ ବିଜେପିକୁ ଫାଇଦା ଦେବ କି?
ମହିଳା ସଂରକ୍ଷଣ ବିଲ୍ ପାସ ହେବାକୁ ଆଉ ବେଶୀ ଦିନ ନୁହେଁ । ଆଉ ଏହାର ଶ୍ରେୟ କିଏ ନେବ ତାର ଉତର ବୋଧେ ଆଗାମୀ ନିର୍ବାଚନରେ ମହିଳା ଭୋଟର ହିଁ ଦେଇପାରିବେ ।