କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଚଂଚକତା ଅଭିଯୋଗ ଭିତରେ ମାହାଲ ମାଣ୍ଡା ପ୍ରସଙ୍ଗକୁ ନେଇ ଥମୁନି ରାଜନୀତି: ବିଜେପି-ବିଜେଡି କଥା କଟାକଟି

132

କନକ ବ୍ୟୁରୋ: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଚଂଚକତା ଅଭିଯୋଗ ଓ ଫେକ୍ ଆଡମିଟ୍ କାର୍ଡ ପ୍ରସଙ୍ଗ ଥମିବାରେ ନାଁ ନେଉନାହିଁ । କେନ୍ଦ୍ରମନ୍ତ୍ରୀ, ବିଜେଡି ସଂଗଠନ ସଂପାଦକଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ବେଳେ ଏହାକୁ ନେଇ ଜାରି ରହିଛି ରାଜନୈତିକ ବୟାନବାଜି । ଅନ୍ୟପଟେ ଦାବି ପୂରଣ ନହେଲେ ୨୭ ତାରିଖରୁ ପୁଣି ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ଚାକିରି ଆଶାୟୀ ।

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଚଂଚକତା ଅଭିଯୋଗ ଓ ଫେକ୍ ଆଡମିଟ୍ କାର୍ଡ ପ୍ରସଙ୍ଗ ଥମିବାରେ ନାଁ ନେଉନାହିଁ । କେନ୍ଦ୍ରମନ୍ତ୍ରୀ, ବିଜେଡି ସଂଗଠନ ସଂପାଦକଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ବେଳେ ଏହାକୁ ନେଇ ଜାରି ରହିଛି ରାଜନୈତିକ ବୟାନବାଜି । ଅନ୍ୟପଟେ ଦାବି ପୂରଣ ନହେଲେ ୨୭ ତାରିଖରୁ ପୁଣି ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ଚାକିରି ଆଶାୟୀ ।
ଡୁବା ମୁନା । ଘର ଗଂଜାମ ଜିଲ୍ଲା ହିଂଜିଳିକାଟୁରେ । ସ୍ନାତକ ପରେ ସିଟି ଓ ଓଟିଇଟି ପରୀକ୍ଷାରେ ପାସ୍ କରିଛନ୍ତି । ତାଙ୍କର ଅଭିଯୋଗ ହେଉଛି କନିଷ୍ଠ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ସେ ଭଲ କରିଥିବା ସତ୍ୱେ ପରୀକ୍ଷାରେ ଅନିୟମତତା ଯୋଗୁଁ ତାଙ୍କୁ ଚାକିରି ମିଳିନି । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଆଜି ସେ ନବୀନ ନିବାସ ଆଗରେ ପହଁଚିଥିଲେ । ନିରାଶ ହେବା ପରେ ପୁଣି ଧାରଣା ସ୍ଥଳକୁ ଫେରି ଯାଇଛନ୍ତି ଡୁବା ମୁନା ।

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ, ଆଶାୟୀଙ୍କ ଧାରଣା, ମାହାଲ ମାଣ୍ଡା ଭଳି ନକଲି ନାଁରେ ଆଡମିଟ୍ କାର୍ଡକୁ ନେଇ ରାଜ୍ୟ ରାଜନୀତି ରୋଚକ ହେବାରେ ଲାଗିଛି । ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଘେରିବା ପରେ ଗତକାଲି ବିଜେଡି ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ କେନ୍ଦ୍ର ସରକାରଙ୍କ ସଂସ୍ଥାକୁ ଏଥିପାଇଁ ଦାୟୀ କରିଥିଲେ । ଆଜି ଏ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । ସମ୍ବଲପୁରରେ ଧର୍ମେନ୍ଦ୍ର କହିଛନ୍ତି, କେନ୍ଦ୍ର ଶିକ୍ଷା ବିଭାଗର ଏକ ଏଜେନ୍ସିକୁ ପରୀକ୍ଷା ପରିଚାଳନାର କାମ ଦିଆଯାଇଥିବା ନେଇ ଯାହା କୁହାଯାଉଛି, ତାହା ଠିକ୍ ନୁହେଁ ।

ଆଗକୁ ନିର୍ବାଚନ ଥିବାରୁ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଭିତରେ ଉଭୟ ବିରୋଧୀ ଓ ଶାସକ ଦଳ ମଧ୍ୟରେ ତୁତୁ-ମେମେ ତୀବ୍ର ହେବାରେ ଲାଗିଛି । ମାହାଲ ମାଣ୍ଡା ଭଳି ଫେକ୍ ନାଁରେ କେମିତି ଆଡମିଟ୍ ହୋଇପାରିଲା, ଏହାକୁ ପ୍ରସଙ୍ଗ କରି ପୁଣି ବର୍ଷିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର । ଏହାର ଜବାବ ଦେଇ ବିଜେଡି ବିଧାୟକ ସୁଧୀର ସାମଲ କହିଛନ୍ତି, କାହାକୁ ଲୋକ ଫେକ୍ ଭାବୁଛନ୍ତି, ଆଗାମୀ ନିର୍ବାଚନ ଫଳାଫଳରୁ ଜଣାପଡିବ । ବିଜେପି-ବିଜେଡି କଥା କଟାକଟି ଭିତରେ ଏହି ପ୍ରସଙ୍ଗକୁ ନେଇ ମତ ରଖିଛନ୍ତି କଂଗ୍ରେସ ନେତା ପଂଚାନନ କାନୁନଗୋ ।
ଏପଟେ କନିଷ୍ଠ ଶିକ୍ଷକ ଆଶାୟୀମାନେ ଆଜି ସାମ୍ବାଦିକ ସମ୍ମିଳନୀ କରି ସେମାନଙ୍କ ଦାବି ଦୋହରାଇଛନ୍ତି । ସେମାନେ କହିଛନ୍ତି, ରାଜ୍ୟପାଳ, ଫାଇଭ୍-ଟି ଅଧ୍ୟକ୍ଷଙ୍କୁ ଦାବିପତ୍ର ଦେବେ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଲୋଚନା ପାଇଁ ଯିବେ । ଦାବି ପୂରଣ ନହେଲେ ୨୭ ତାରିଖରୁ ପୁଣି ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

୨୦ ହଜାର କନିଷ୍ଠ ଶିକ୍ଷକ ପଦ ପାଇଁ ପରୀକ୍ଷା ହୋଇଥିଲା । ତେବେ ଏହାଠାରୁ କମ୍ ପିଲାଙ୍କ ନାଁ ମେରିଟ୍ ଲିଷ୍ଟରେ ରହିଛି । ଏହାକୁ ନେଇ ଚଂଚକତା ହୋଇଥିବା ଅଭିଯୋଗ ଆଣିଛନ୍ତି ଆଶାୟୀ । ମାହାଲ ମାଣ୍ଡା ନାଁରେ ଆଡମିଟ୍ କାର୍ଡ ଆସିଥିବା ଜଣାପଡିବା ପରେ ସାରା ରାଜ୍ୟରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ।