ପ୍ଲାଜମା ଥେରାପି ପାଇଁ ମନ୍ତ୍ରୀଙ୍କୁ ଦାୟିତ୍ୱ ପରେ ବଢ଼ିଲା ରାଜନୀତି: ପ୍ରତାପ ଜେନା କହିଲେ, ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀ ଲୋକଙ୍କୁ କରିବେ ପ୍ରୋତ୍ସାହିତ; ବିଜେିପି କହିଲା, ବିଶେଷଜ୍ଞଙ୍କୁ ଦିଆଯାଉ ନିଯୁକ୍ତି

ପ୍ଲାଜମା ଥେରାପି ପାଇଁ ମନ୍ତ୍ରୀଙ୍କୁ ଦାୟିତ୍ୱ ପରେ ବଢ଼ିଲା ରାଜନୀତି: ପ୍ରତାପ ଜେନା କହିଲେ, ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀ ଲୋକଙ୍କୁ କରିବେ ପ୍ରୋତ୍ସାହିତ; ବିଜେିପି କହିଲା, ବିଶେଷଜ୍ଞଙ୍କୁ ଦିଆଯାଉ ନିଯୁକ୍ତି

କନକ ବ୍ୟୁରୋ: ପ୍ଲାଜମା ଥେରାପି ପାଇଁ ମନ୍ତ୍ରୀଙ୍କୁ ଦାୟିତ୍ୱ ପରେ ଆରମ୍ଭ ହୋଇଛି ରାଜନୀତି । ପ୍ରତାପ ଜେନା କହିଛନ୍ତି  ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀ ସୁସ୍ଥ ହୋଇଥିବା ରୋଗୀଙ୍କୁ ଭେଟି ପ୍ଲାଜମା ଦାନ ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରିବେ  । ସେମାନଙ୍କ ସହ ୱାନ ଟୁ ୱାନ ଆଲୋଚନା କରିବେ । ଫଳରେ ଲୋକଙ୍କ ଜୀବନ ରକ୍ଷା ପାଇଁ ଓ ଗୁରୁତର ରୋଗୀଙ୍କ ଚିକିତ୍ସା ଲାଗି ପ୍ଲାଜ୍ମା ଥେରାପି ଏକ ବୃହତ ମାଧ୍ୟମ ହେବ ।

ସେପଟେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ଜିଲ୍ଳା ହିସାବରେ ଦାୟିତ୍ୱ ଦେଇ ମନ୍ତ୍ରୀମାନଙ୍କୁ ରାଜ୍ୟ ସରକାର ଭାଗ କରିଛନ୍ତି , ଏହା କେବଳ ରାଜନୀତି । ତେଣୁ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯାଉ । ଅନ୍ୟପଟେ କଂଗ୍ରେସ କହିଛି ବିଳମ୍ବରେ ସରକାରଙ୍କ ନିଦ ଭାଙ୍ଗିଛି । ହେଲେ ଏହି ପ୍ରକ୍ରିୟାରେ ବିଧାୟକ ଓ ସାଂସଦଙ୍କୁ  ସାମିଲ କରନ୍ତୁ । ସୁସ୍ଥ ହେଉଥିବା ରୋଗୀଙ୍କୁ ପ୍ଲାଜମା ଦାନ କରିବା ପାଇଁ ପ୍ରୋତ୍ସାହିତ କରିବାକୁ ମନ୍ତ୍ରୀମାନଙ୍କୁ ଗତକାଲି ବିଭିନ୍ନ ଜିଲ୍ଲା ଦାୟିତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe