କାହିଁକି ବୌଦ୍ଧ ଧର୍ମ ଗ୍ରହଣ କଲେ କଂଗ୍ରେସ ବିଧାୟକ କୃର୍ଷ୍ଣଚନ୍ଦ୍ର ସଗରିଆ? କୋରାପୁଟ ବିଧାୟକଙ୍କ ଧର୍ମ ପରିବର୍ତ୍ତନକୁ ନେଇ ବଢ଼ିଲା ରାଜନୀତି

Advertisment
କାହିଁକି ବୌଦ୍ଧ ଧର୍ମ ଗ୍ରହଣ କଲେ କଂଗ୍ରେସ ବିଧାୟକ କୃର୍ଷ୍ଣଚନ୍ଦ୍ର ସଗରିଆ? କୋରାପୁଟ ବିଧାୟକଙ୍କ ଧର୍ମ ପରିବର୍ତ୍ତନକୁ ନେଇ ବଢ଼ିଲା ରାଜନୀତି

କନକ ବ୍ୟୁରୋ : ବୁଦ୍ଧଙ୍କ ଶରଣ ନେବା ପଛରେ କୋରାପୁଟ ବିଧାୟକଙ୍କ ଉଦ୍ଦେଶ୍ୟ କଣ ତାହା ଏଯାଏଁ ଅସ୍ପଷ୍ଟ । ତେବେ ବୌଦ୍ଧ ଧର୍ମ ଗ୍ରହଣ କରିବା ପରେ ଜାତିବାଦରୁ ମୁକ୍ତ ହେଲେ ବୋଲି କହିଛନ୍ତି କୃଷ୍ଣଚନ୍ଦ୍ର ସଗରିଆ । ଦେଶରେ ଅସହିଷ୍ଣୁତା ବଢି ଚାଲିଥିବା ବେଳେ ଜାତି ଓ ଧର୍ମ ମଧ୍ୟରେ ବିଭେଦ ବଢୁଛି ବୋଲି ମତ ଦେଇଛନ୍ତି ବିଧାୟକ । ବିଜେପି ଓ ଆରଏସଏସକୁ ଆଡକୁ ମଧ୍ୟ ଇସାରା କରିଛନ୍ତି କଂଗ୍ରେସ ବିଧାୟକ ।

publive-imageକେରାପୁଟ ବିଧାୟକଙ୍କ ଧର୍ମ ପରିବର୍ତନକୁ ନେଇ ବଢିଲା ରାଜନୀତି । ବୁଦ୍ଧଙ୍କ ଶରଣ ନେବା ପରେ ଜାତିବାଦରୁ ମୁକ୍ତ ହେଲେ ବୋଲି କହିଛନ୍ତି କୃଷ୍ଣଚନ୍ଦ୍ର ସଗରିଆ । ଦେଶରେ ଅସହିଷ୍ଣୁତା ବଢି ଚାଲିଥିବା ବେଳେ ଜାତି, ଜାତି ଓ ଧମ,ର୍ ଧର୍ମ ମଧ୍ୟରେ ବିଭେଦ ବଢୁଛି ବୋଲି ମତ ଦେଇଛନ୍ତି ବିଧାୟକ । ବିଜେପି ଓ ଆରଏସଏସକୁ ଆଡକୁ ମଧ୍ୟ ଇସାରା କରିଛନ୍ତି କଂଗ୍ରେସ ବିଧାୟକ । ସେପଟେ ସଗରିଆଙ୍କ ଏପରି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ବରିଷ୍ଠ ବିଜେପି ନେତା ପ୍ରତାପ ଷଡଙ୍ଗୀ । ଏହାକୁ ବାହ୍ୟଶକ୍ତିର ଷଡଯନ୍ତ୍ର ବୋଲି ସେ କହିଛନ୍ତି ।

publive-imageହିନ୍ଦୁ ଧର୍ମ ଛାଡ଼ି ବୌଦ୍ଧ ଧର୍ମ ଗ୍ରହଣ କରିବା ପରେ ବୁଦ୍ଧଙ୍କ ସିଦ୍ଧାନ୍ତର କଥା କହୁଛନ୍ତି କୋରାପୁଟ ବିଧାୟକ । ବୌଦ୍ଧ ଧର୍ମ ଶାନ୍ତି, ମୈତ୍ରୀ ଓ ସମାନତା ସ୍ଥାପନ କରିଥାଏ ବୋଲି କହିଛନ୍ତି ସଗରିଆ । ହେଲେ ବୌଦ୍ଧ ଧର୍ମକୁ ହିନ୍ଦୁ ଧର୍ମର ଏକ ଅଂଗ ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ । ରବିବାର ଦିନ କୋରାପୁଟ ବୁର୍ଜାଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ ପରିବାର ସହ ବୌଦ୍ଧ ଧର୍ମ ଗ୍ରହଣ କରିଛନ୍ତି କୋରାପୁଟ ବିଧାୟକ । ଏହା ସହ ଦଳିତ ଓ ଆମ୍ବେଦର କାର୍ଡ ଖେଳିବାକୁ ସେ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe