କାହିଁକି ବୌଦ୍ଧ ଧର୍ମ ଗ୍ରହଣ କଲେ କଂଗ୍ରେସ ବିଧାୟକ କୃର୍ଷ୍ଣଚନ୍ଦ୍ର ସଗରିଆ? କୋରାପୁଟ ବିଧାୟକଙ୍କ ଧର୍ମ ପରିବର୍ତ୍ତନକୁ ନେଇ ବଢ଼ିଲା ରାଜନୀତି

46

କନକ ବ୍ୟୁରୋ : ବୁଦ୍ଧଙ୍କ ଶରଣ ନେବା ପଛରେ କୋରାପୁଟ ବିଧାୟକଙ୍କ ଉଦ୍ଦେଶ୍ୟ କଣ ତାହା ଏଯାଏଁ ଅସ୍ପଷ୍ଟ । ତେବେ ବୌଦ୍ଧ ଧର୍ମ ଗ୍ରହଣ କରିବା ପରେ ଜାତିବାଦରୁ ମୁକ୍ତ ହେଲେ ବୋଲି କହିଛନ୍ତି କୃଷ୍ଣଚନ୍ଦ୍ର ସଗରିଆ । ଦେଶରେ ଅସହିଷ୍ଣୁତା ବଢି ଚାଲିଥିବା ବେଳେ ଜାତି ଓ ଧର୍ମ ମଧ୍ୟରେ ବିଭେଦ ବଢୁଛି ବୋଲି ମତ ଦେଇଛନ୍ତି ବିଧାୟକ । ବିଜେପି ଓ ଆରଏସଏସକୁ ଆଡକୁ ମଧ୍ୟ ଇସାରା କରିଛନ୍ତି କଂଗ୍ରେସ ବିଧାୟକ ।

କେରାପୁଟ ବିଧାୟକଙ୍କ ଧର୍ମ ପରିବର୍ତନକୁ ନେଇ ବଢିଲା ରାଜନୀତି । ବୁଦ୍ଧଙ୍କ ଶରଣ ନେବା ପରେ ଜାତିବାଦରୁ ମୁକ୍ତ ହେଲେ ବୋଲି କହିଛନ୍ତି କୃଷ୍ଣଚନ୍ଦ୍ର ସଗରିଆ । ଦେଶରେ ଅସହିଷ୍ଣୁତା ବଢି ଚାଲିଥିବା ବେଳେ ଜାତି, ଜାତି ଓ ଧମ,ର୍ ଧର୍ମ ମଧ୍ୟରେ ବିଭେଦ ବଢୁଛି ବୋଲି ମତ ଦେଇଛନ୍ତି ବିଧାୟକ । ବିଜେପି ଓ ଆରଏସଏସକୁ ଆଡକୁ ମଧ୍ୟ ଇସାରା କରିଛନ୍ତି କଂଗ୍ରେସ ବିଧାୟକ । ସେପଟେ ସଗରିଆଙ୍କ ଏପରି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ବରିଷ୍ଠ ବିଜେପି ନେତା ପ୍ରତାପ ଷଡଙ୍ଗୀ । ଏହାକୁ ବାହ୍ୟଶକ୍ତିର ଷଡଯନ୍ତ୍ର ବୋଲି ସେ କହିଛନ୍ତି ।

ହିନ୍ଦୁ ଧର୍ମ ଛାଡ଼ି ବୌଦ୍ଧ ଧର୍ମ ଗ୍ରହଣ କରିବା ପରେ ବୁଦ୍ଧଙ୍କ ସିଦ୍ଧାନ୍ତର କଥା କହୁଛନ୍ତି କୋରାପୁଟ ବିଧାୟକ । ବୌଦ୍ଧ ଧର୍ମ ଶାନ୍ତି, ମୈତ୍ରୀ ଓ ସମାନତା ସ୍ଥାପନ କରିଥାଏ ବୋଲି କହିଛନ୍ତି ସଗରିଆ । ହେଲେ ବୌଦ୍ଧ ଧର୍ମକୁ ହିନ୍ଦୁ ଧର୍ମର ଏକ ଅଂଗ ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ । ରବିବାର ଦିନ କୋରାପୁଟ ବୁର୍ଜାଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ ପରିବାର ସହ ବୌଦ୍ଧ ଧର୍ମ ଗ୍ରହଣ କରିଛନ୍ତି କୋରାପୁଟ ବିଧାୟକ । ଏହା ସହ ଦଳିତ ଓ ଆମ୍ବେଦର କାର୍ଡ ଖେଳିବାକୁ ସେ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି ।