କନକ ବ୍ୟୁରୋ : ଆଇଟି ରେଡ୍ ବେଳେ ମଦ ବ୍ୟବସାୟୀଙ୍କ ନିକଟରେ ଟଙ୍କାର ପାହାଡ଼ ଦେଖି ତାଜୁବ ହୋଇ ଯାଇଛନ୍ତି ସମସ୍ତେ । ଏହାକୁ ନେଇ ରାଜନୀତି ବି ସରଗରମ ହେବାରେ ଲାଗିଛି । ଜବତ ହୋଇଥିବା କୋଟି କୋଟି କଳାଟଙ୍କା ଉପରେ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ । ଜନତାଙ୍କ ଠାରୁ ହରିଲୁଟ ହେଉଥିବା ଟଙ୍କା ଗୋଟି ଗୋଟି ଅସୁଲ କରାଯିବ ବୋଲି ମୋଦୀ କହିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏହା ହେଉଛି ମୋଦୀଙ୍କ ଗ୍ୟାରେଂଟି । ଏହାସହ କିଛି ମୌଳିକ ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ର । ସେ ପଚାରିଛନ୍ତି,
ଏହି ବେନାମୀ ଧନର ମୂଳ ଉତ୍ସ କେଉଁଠି?
ଓଡ଼ିଶାର ଅବକାରୀ ନୀତି ସହ ସଂପର୍କ ଅଛି କି ନାହିଁ?
ଜବତ ହୋଇଥିବା କଳାଧନ ସହ ଓଡ଼ିଶାର କିଛି ମୁଷ୍ଟିମେୟ ଲୋକଙ୍କ ସଂପର୍କ ଅଛି କି?
ସଚ୍ଚୋଟତାର ଡିଣ୍ଡିମ ପିଟୁଥିବା ଲୋକ ଏହି ଘଟଣାରେ ଚୁପ୍ କାହିଁକି?

Advertisment

ଏହି ଘଟଣାରେ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ପରସ୍ପର ଉପରେ ଦୋଷ ଲଦୁଛନ୍ତି ରାଜନୈତିକ ଦଳର ନେତା ।

ଚଢ଼ାଉ କରି ଶହ ଶହ କୋଟିର ବେନାମୀ ଟଙ୍କା ଜବତ କରୁଛି ଆୟକର ବିଭାଗ । ଏତେ ପରିମାଣର ଟଙ୍କା କିପରି ହଡ଼ପ କରାଯାଇଛି, ତା’ର ଚେର ଖୋଜା ଆରମ୍ଭ ହୋଇଛି । ଏଠି ବଡ଼ ପ୍ରଶ୍ନ ହେଉଛି, ପ୍ରକୃତରେ ଏହି କଳା ସାମ୍ରାଜ୍ୟ ପଛରେ ରହିଛି କାହାର ହାତ?