କନକ ବ୍ୟୁରୋ: ଗାନ୍ଧିଙ୍କୁ ନେଇ ରାଜନୀତି । ଏବେ ସବୁ ରାଜନୈତିକ ଦଳର ଭରସା ପାଲଟିଛି ମହାତ୍ମା ଗାନ୍ଧିଙ୍କ ଆଦର୍ଶ । ଆଗକୁ ନିର୍ବାଚନ ଋତୁ । ଆଉ ଲୋକଙ୍କ ପାଖରେ ପଂହଚିବା ପାଇଁ ବିଜେଡି ଗାନ୍ଧି ଜୟନ୍ତୀରେ ଆରମ୍ଭ କରିଛି ପଦଯାତ୍ରା । କଂଗ୍ରେସ ବି ଘରେ ଘରେ ହାତ କାର୍ଯ୍ୟକ୍ରମକୁ ଗାନ୍ଧୀ ଜୟନ୍ତୀରେ ବ୍ୟାପକ ରୂପ ଦେଇଛି । କଂଗ୍ରେସ ଦଳ । ବିଜେଡି ଓ କଂଗ୍ରେସର ପଦଯାତ୍ରା ପ୍ରତିଯୋଗିତା ଭିତରେ ପଛରେ ପଡ଼ିିନି ଭାରତୀୟ ଜନତା ପାର୍ଟି । ଆଉ ଏହି ପ୍ରତିଯୋଗିତା ଭିତେର ପ୍ରଶ୍ନ ଉଠୁଛି, ଗାନ୍ଧିଙ୍କ ଆଦର୍ଶକୁ ମାନୁଛନ୍ତି କି ଦଳ ଓ ନେତା ?

Kanak News is now on WhatsApp
Join and get latest news updates delivered to you via WhatsApp
ବିଜେଡିର ଜନସମ୍ପର୍କ ପଦଯାତ୍ରା ହେଉ ବା’ କଂଗ୍ରେସର ଘରେ ଘରେ ହାତ ପଦଯାତ୍ରା ହେଉ । ଅଥବା ବିଜେପିର ମୋ ମାଟି ମୋ ଦେଶ କାର୍ଯର୍୍ୟକ୍ରମ । ରାଜନୈତିକ ଦଳ କରୁଥିବା ପଦଯାତ୍ରା ତଥା ଦେଶାତ୍ମବୋଧ କାର୍ଯ୍ୟକ୍ରମ ପଛରେ ରହିଛି ମହାତ୍ମାଗାନ୍ଧୀଙ୍କ ଆଦର୍ଶ । ଅକ୍ଟୋବର-୨, ଗାନ୍ଧୀ ଜୟନ୍ତୀଙ୍କୁ ଅବସର ଭାବି ତେଜିଛି ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ।
ଲୋକଙ୍କ ପାଖରେ ପହଂଚିବା ପାଇଁ ଏବଂ ସରକାରଙ୍କ ବାର୍ତା ପହଂଚାଇବା ପାଇଁ ଶାସକ ବିଜେଡି, ଗାନ୍ଧୀଙ୍କ ପଦଯାତ୍ରାକୁ ମାର୍ଗ ଭାବେ ବାଛି ନେଇଛି । ସମାନ ଢ଼ଙ୍ଗରେ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ କାର୍ଯ୍ୟକ୍ରମକୁ ଗାନ୍ଧୀ ଜୟନ୍ତୀରେ ବ୍ୟାପକ ରୂପ ଦେଇଛି କଂଗ୍ରେସ ଦଳ । ବିଜେଡି ଓ କଂଗ୍ରେସର ପଦଯାତ୍ରା ପ୍ରତିଯୋଗିତା ଭିତରେ ପଛରେ ପଡ଼ିିନି ଭାରତୀୟ ଜନତା ପାର୍ଟି । ମୋ ମାଟି, ମୋ ଦେଶ କାର୍ଯ୍ୟକ୍ରମ ଜରିଆରେ ଭାବପ୍ରବଣତାର ସୂଅ ଛୁଟାଉଛି ବିଜେପି ।
ଗାନ୍ଧୀଙ୍କ ଆଦର୍ଶକୁ ନେଇ ରାଜନୈତିକ ଦଳ ମଧ୍ୟରେ ପ୍ରତିଯୋଗିତା ଚାଲିଛି ସତ । କିନ୍ତୁ ପ୍ରଶ୍ନ ହେଉଛି- ଗାନ୍ଧୀଙ୍କ ଆଦର୍ଶକୁ କେତେ ଅନୁସରଣ କରୁଛନ୍ତି ନେତା? ରାଜନୈତିକ ଦଳଗୁଡ଼ିକ କରୁଥିବା ପଦଯାତ୍ରା ଓ କାର୍ଯ୍ୟକ୍ରମ ଭିତରେ କିନ୍ତୁ ଗାନ୍ଧୀ ଆଦର୍ଶକୁ ନେଇ ଭିନ୍ନ ମତ ରଖିଛନ୍ତି ଗାନ୍ଧୀବାଦୀ । ଗାନ୍ଧୀଙ୍କ ମୂୂୂଳନୀତି ଥିଲା ସତ୍ୟ ଓ ଅହଂସା । କେବଳ ବାଟ ଚାଲି ପଦଯାତ୍ରାର ନାଁ ରଖିଦେଲେ ଗାନ୍ଧୀ ଆଦର୍ଶର ଅନୁସରଣ ବୋଲି କୁହଯାଏ ନାହିଁ ବୋଲି କହିଛନ୍ତି ।
ମହାତ୍ମା ଗାନ୍ଧୀ ନାହାଁନ୍ତି ସତ । କିନ୍ତୁ ଦେଶବାସୀଙ୍କୁ ଜାତିର ପିତା ଦେଖାଇଥିବା ବାଟ ଆଜି ବି କୋଟି କୋଟି ଜନତାଙ୍କୁ ବାଟ ଦେଖାଇ ଆସୁଛି । ଆଉ ସେହି ଗାନ୍ଧୀ କରିସ୍ମାକୁ ପାଥେୟ କରି ପ୍ରତିବର୍ଷ ଭଳି ଚଳିତବର୍ଷ, ଓଡ଼ିଶାର ତିନି ପ୍ରମୁଖ ରାଜନୈତିକ ଦଳ ନିଜର ନିଜର ରାଜନୈତିକ କାର୍ଯ୍ୟକ୍ରମ କରୁଛନ୍ତି । ଗାନ୍ଧୀଙ୍କୁ ନେଇ ସବୁ ରାଜନୈତିକ ଦଳ ରାଜନୀତି କରୁଥିବା ବେଳେ ଗାନ୍ଧୀ କିନ୍ତୁ ନିର୍ବାଚନୀ ରାଜନୀତିରୁ ଦୂରେଇ ରହୁଥିଲେ ।