ଏକାମ୍ର ପ୍ରକଳ୍ପକୁ ନେଇ ତେଜୁଛି ରାଜନୀତି । ନିର୍ମାଣ ନାମରେ ପୂର୍ବ ସରକାର ଐତିହ୍ୟକୁ ଧ୍ୱଂସ କରିଥିବା କହିଲେ ବିଧାୟକ ବାବୁ ସିଂ । ପାଲଟା ଜବାବ ଦେଲେ ପୂର୍ବତନ ବିଧାୟକ

298

କନକ ବ୍ୟୁରୋ :  ଏକାମ୍ର ପ୍ରକଳ୍ପର ସମୀକ୍ଷା କଲେ ବିଧାୟକ ବାବୁ ସିଂ । ଲିଙ୍ଗରାଜ ମନ୍ଦିରର ଚର୍ତୂପାଶ୍ୱର୍ ତଥା ପାର୍କିଂ ସ୍ଥଳର ନିର୍ମାଣ କାର୍ଯ୍ୟ କେତେ ଆଗେଇଛି ସେସବୁର ସମୀକ୍ଷା କରିଛନ୍ତି । ୧୫ ଏକର ସ୍ଥାନରେ ତିଆରି କରାଯାଉଥିବା ପାର୍କିିଂସ୍ଥଳ ବୁଲି ଦେଖିବା ସହ କେଉଁ ସ୍ଥାନରେ ଭେଣ୍ଡିଂ ଜୋନ ହେବ ସେନେଇ ଓବିସିସି ଅଧିକାରୀଙ୍କ ଆଲୋଚନା କରିବା ସହ ଏ ସମସ୍ତ କାମର ତଦାରଖ କରିଛନ୍ତି ବିଧାୟକ । ପୂର୍ବତନ ସରକାର ବିକାଶ ନାଁରେ ଅନେକ ଧ୍ୱଂସ କରିଥିବା ବିଜେପି ବିଧାୟକ ଅଭିଯୋଗ କରିଛନ୍ତି । ବର୍ତମାନ ସୁଦ୍ଧା ୪୦ ପ୍ରତିଶତ କାମ ଶେଷ ହୋଇଥିବା ବେଳେ ଖୁବଶୀଘ୍ର କାମ ସରିବ ବୋଲି ବିଧାୟକ କହିଛନ୍ତି ।

ସେପଟେ ଏକାମ୍ର ପ୍ରକଳ୍ପକୁ ନେଇ ରାଜନୀତି ତେଜିଛି, କାମ ବିଳମ୍ବ ହେବାକୁ ନେଇ ଏକାମ୍ର ବିଧାୟକ ବାବୁ ସିଂ ପୂର୍ବ ସରକାରଙ୍କୁ ଦାୟୀ କରିଥିଲେ । ଏହାର ଜବାବ ରଖିଛନ୍ତି ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡା । ବିଜେଡି ସରକାରରେ ପ୍ରକଳ୍ପ ଠିକ୍ ଠାକ୍ ଚାଲିଥିବା ବେଳେ ସେ ସମୟରେ କିଛି ଲୋକ ଏହାକୁ ବିରୋଧ କରିଥିଲେ ।ପ୍ରକଳ୍ପ ସମୟରେ ସମସ୍ତଙ୍କୁ କ୍ଷତିପୂରଣ ଦିଆଯାଇଛି । ଯଦି ବିଧାୟକ ଅଭିଯୋଗ କରୁଛନ୍ତି ପ୍ରଶାସନ ତାର ଉତର ଦେବ । ସରକାର ଆରୋପ ପ୍ରତ୍ୟାରୋପରୁ ବିରତ ରହି ତୁରନ୍ତ ଲିଙ୍ଗରାଜ ଆଇନକୁ କାର୍ଯ୍ୟକାରୀ କରନ୍ତୁ ବୋଲି ଅଶୋକ ପଣ୍ଡା ଦାବି କରିଛନ୍ତି ।