କନକ ବ୍ୟୁରୋ: ୨୪ ପୂର୍ବରୁ ରାଜ୍ୟ ରାଜନୀତି ଟ୍ରାକକୁ ଓହ୍ଲାଇଛି ‘ଡବଲ୍ ଇଞ୍ଜିନ୍’ । ଦୁଇ ଦଳର ଶୀର୍ଷ ନେତାଙ୍କ ମଧ୍ୟରେ ‘ଡବଲ ଇଞ୍ଜିନ୍’କୁ ନେଇ ବୟାନବାଜି ଏବେ ପଲିଟିକ୍ସର ପାରାକୁ ଆହୁରି ଉଷ୍ମ କରିଛି । ଝାରସୁଗୁଡ଼ା ବିଜୟ ପରେ ଶଙ୍ଖ ଭବନରୁ ବିଜେଡି ସୁପ୍ରିମୋ ଡବଲ୍ ଇଞ୍ଜିନକୁ ସମାଲୋଚନା କରିବା ପରେ ଶଙ୍ଖକ୍ଷେତ୍ରରୁ ମଧ୍ୟ ପରୋକ୍ଷରେ କଟାକ୍ଷ କରିବାକୁ ପଛାଇ ନାହାନ୍ତି ଧର୍ମେନ୍ଦ୍ର ପ୍ରଧାନ ।

Advertisment

ବଡ଼ ଲଢ଼େଇ ପୂର୍ବରୁ ରାଜନୀତି ବ୍ୟାଟେଲରେ ଏବେ ଡବଲ୍ ଇଞ୍ଜିନ୍ ବୟାନବାଜି ବେଶ୍ ଚର୍ଚ୍ଚାରେ ଅଛି । କାରଣ ବିଜେପିର ‘ଡବଲ୍ ଇଞ୍ଜିନ୍’ ମଡେଲକୁ ସିଧାସିଧା ନିଶାନା କରିଥିଲେ ନବୀନ । ଆଉ କହିଥିଲେ, ଜନତାଙ୍କ ପାଇଁ ସିଙ୍ଗଲ୍ ଇଞ୍ଜିନ୍ କି ଡବଲ୍ ଇଞ୍ଜିନ୍ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ସୁଶାନ ବା ଲୋକଙ୍କ ଦୃଷ୍ଟିକୋଣରୁ ଶାସନ ହେଉଛି ଗୁରୁତ୍ୱପୂର୍ଣ୍ଣ ।

publive-imageନବୀନଙ୍କ ନିଶାନା ବିଜେପି ନେତାଙ୍କୁ ସିଧାସିଧା ନହୋଇଥିଲେ ବି ବିଜେପି କ୍ୟାମ୍ପକୁ ବିଜେଡି ସୁପ୍ରିମୋଙ୍କ ସମାଲୋଚନା ହଜମ ହୋଇନଥିଲା । ଝାରସୁଗୁଡ଼ା ପରାଜୟର ପରେ ପରେ ସୁଯୋଗ ଖୋଜୁଥିଲା ବିଜେପି । ଆଉ ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବା ପୂର୍ବରୁ ରାଜନୀତିର ‘ଡବଲ୍ ଇଞ୍ଜିନ୍’ ବଟନ୍ ଟିପିଦେଲେ ଧର୍ମେନ୍ଦ୍ର । ପୁରୀରୁ ପ୍ରତି ଜବାବ୍ ଦେଇ ଧର୍ମେନ୍ଦ୍ର କରିଛନ୍ତି ‘ଡବଲ୍ ଇଞ୍ଜିନ୍’ କଟାକ୍ଷ । ଟ୍ରେନର ଉଦାହରଣ ଦେଇ ଡବଲ ଇଞ୍ଜିନ୍ ପାଇଁ ଆହ୍ୱାନ ଦେଇଛନ୍ତି ଧର୍ମେନ୍ଦ୍ର । କହିଛନ୍ତି, ଟ୍ରେନରେ ବି ଅଛି ଡବଲ ଇଞ୍ଜିନ୍, ଗୋଟିଏ ଆଗରୁ ଟାଣିଲେ, ଆଉ ଗୋଟିଏ ପଛରୁ ଧକ୍କା ଦେବ । କିଛି ଲୋକ ଡବଲ୍ ଇଞ୍ଜିନକୁ ଭୁଲ ବୁଝିପାରନ୍ତି । ବନ୍ଦେ ଉତ୍କଳ ଜନନୀ ଗୋଟିଏ ଇଞ୍ଜିନ୍, ବନ୍ଦେ ମାତରମ୍ ଆଉ ଗୋଟେ ଇଞ୍ଜିନ୍ । ଓଡ଼ିଶାର ପ୍ରଗତି ପାଇଁ ଏଇ ଡବଲ୍ ଇଞ୍ଜିନ୍ ।

publive-imageରାଜ୍ୟ ରାଜନୀତିରେ ଦବଦବା ରଖୁଥିବା ଦୁଇଦଳ ଶୀର୍ଷ ନେତା ଯେବେ ଯେବେ ମୁହଁ ଖୋଲନ୍ତି, ତାହା ଖବରର ହେଡଲାଇନ୍ ପାଲଟିଥାଏ । କିନ୍ତୁ ବିରୋଧୀଙ୍କ ସମାଲୋଚନାର ଜବାବ୍ ନବୀନ ଭିନ୍ନ ଅନ୍ଦାଜରେ ଦିଅନ୍ତି । ପ୍ରଶ୍ନବାଣର ପ୍ରତିଜବାବ୍ ନବୀନ ଖୁବ୍ କମ୍ ଦେଲେ ମଧ୍ୟ ଉଚିତ୍ ସମୟ ଦେଖି ମଞ୍ଜକଥା କହିଦିଅନ୍ତି, ଯାହା ରାଜ୍ୟ ରାଜନୀତିକୁ ଗରମ କରିଥାଏ । ଝାରସୁଗୁଡ଼ା ବିଜୟ ପରେ ପରେ ନବୀନ ଯେଉଁ ‘ଡବଲ୍ ଇଞ୍ଜିନ୍’ ତୀର ମାରିଛନ୍ତି, ତାହାର ପ୍ରତି ଜବାବ୍ ଧର୍ମେନ୍ଦ୍ର ପୁରୀରୁ ଦେଇଛନ୍ତି । ଏବେ ଦୁଇନେତାଙ୍କ ବୟାନବାଜି ୨୪ ସାଧାରଣ ନିର୍ବାଚନ ପୂର୍ବରୁ କେଉଁଠି ଶେଷ ହେବ ତାହା ଉପରେ ଓଡ଼ିଶାବାସୀଙ୍କ ନଜର ।