କନକ ବ୍ୟୁରୋ: ବଡ଼ ବିଭ୍ରାଟକୁ ନେଇ ପୁରୀଠୁ ରାଜଧାନୀ ଉଠିଛି ଝଡ଼। ଏତେ ବଡ ବିଭ୍ରାଟ ପରେ ଆରମ୍ଭ ହୋଇଛି ଦୋଷ ଲଦାଲଦି। ବରିଷ୍ଠ ସବାୟତମାନେ ନୀତି ବିଭ୍ରାଟଠାରୁ ଆରମ୍ଭ କରି ଅନଭିଜ୍ଞ ସେବାୟତଙ୍କୁ ଦାୟୀ କରିଛନ୍ତି। ସେପଟେ ଘଟଣାକୁ ନେଇ ବିଜେପି, ବିଜେଡି ମଧ୍ୟରେ ବୟାନବାଜି ବି ଦେଖିବାକୁ ମିଳିଛି।

Advertisment

ଗତକାଲି ପହଣ୍ଡି ବେଳେ ଶ୍ରୀବଳଭଦ୍ରଙ୍କୁ ସେବାୟତ ପକାଇଦେବା ଘଟଣାରେ ତଦନ୍ତ କରି ରିପୋର୍ଟ ଦେଇଛନ୍ତି ଆଇନମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସହ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପୁରୀ ଯାଇଥିଲେ। ଆଉ ପ୍ରତିକ୍ରିୟାରେ କହିଛନ୍ତି ‘ଏହା ସାମାନ୍ୟ ଦୁର୍ଘଟଣା ଥିଲା, ସବୁ ଲୀଳାମୟଙ୍କ ଇଚ୍ଛା’। ଦୁଇ ମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ପ୍ରବଳ ବର୍ଷିଛି ବିଜେଡି। ଏହା ଅକ୍ଷମଣୀୟ ତ୍ରୁଟି ବୋଲି ସାମ୍ୱାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ଭୁବନେଶ୍ୱର ମେୟର।

ଏତେବଡ ବିଭ୍ରାଟ ପରେ ଆରମ୍ଭ ହୋଇଛି ଦୋଷ ଲଦାଲଦି। ବରିଷ୍ଠ ସବାୟତମାନେ ନୀତି ବିଭ୍ରାଟଠାରୁ ଆରମ୍ଭ କରି ଅନଭିଜ୍ଞ ସେବାୟତଙ୍କୁ ଦାୟୀ କରିଛନ୍ତି। ରଥ ଉପରେ ସେବାୟତ ସେଲ୍ଫି ନେବାରେ ବ୍ୟସ୍ତଥିବା ସାଂଘାତିକ ଅଭିଯୋଗ କରିଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ। ଅନୁମୋଦିତ ସଂଖ୍ୟାଠାରୁ ଅଧିକ ସେବାୟତ ଓ ଅଣସେବାୟତ ରହିଥିବା ଅଭିଯୋଗ ବି ଉଠିଛି। ତେବେ ରଥ ଉପରେ କେତେଜଣ ସେବାୟତ ରହିବେ ଓ ସେମାନେ କିଭଳି ଶୃଙ୍ଖଳିତ ଆଚରଣ କରିବେ ସେନେଇ ଏସଓପି ଆଣିବାକୁ ଦାବି ଉଠିଛି।

ଗତକାଲି ଆଡ଼ପ ପହଣ୍ଡି ବେଳେ ପ୍ରଭୁ ବଳଭଦ୍ରଙ୍କୁ ପକାଇ ଦେଇଥିଲେ ସେବାୟତ। ଚାରମାଳ ଉପରେ ପଡ଼ି ଯାଇଥିଲେ ବଡ଼ ଠାକୁର। ଫଳରେ ସେବାୟତମାନେ ରଥ ତଳକୁ ଖସି ପଡ଼ିଥିଲେ। ବହୁ କଷ୍ଟରେ ସେବାୟତମାନେ ପ୍ରଭୁ ବଳଭଦ୍ରଙ୍କୁ ଉଠାଇ ପହଣ୍ଡି କରିଥିଲେ।