ଘୋଷଣା ହୋଇନି ଉପ ନିର୍ବାଚନ ତାରିଖ । ତିର୍ତୋଲରେ ସରଗରମ ହେଉଛି ପଦ୍ମ ଦଳର ରାଜନୀତି, ଦଳୀୟ ଟିକେଟ ପାଇଁ ଶକ୍ତି ପ୍ରଦର୍ଶନ କରୁଛନ୍ତି ନେତା । ରମାକାନ୍ତ ଭୋଇ ଓ ରାଜକିଶୋର ବେହେରାଙ୍କ ମଧ୍ୟରେ ଜୋରଦାର ଟକ୍କର ।

ଘୋଷଣା ହୋଇନି ଉପ ନିର୍ବାଚନ ତାରିଖ । ତିର୍ତୋଲରେ ସରଗରମ ହେଉଛି ପଦ୍ମ ଦଳର ରାଜନୀତି, ଦଳୀୟ ଟିକେଟ ପାଇଁ ଶକ୍ତି ପ୍ରଦର୍ଶନ କରୁଛନ୍ତି ନେତା । ରମାକାନ୍ତ ଭୋଇ ଓ ରାଜକିଶୋର ବେହେରାଙ୍କ ମଧ୍ୟରେ ଜୋରଦାର ଟକ୍କର ।
କନକ ବ୍ୟୁରୋ: ବିଜେଡି ପରେ ବିଜେପି ଶିବିରରେ ଟିକେଟ ପାଇଁ ଟଣାଓଟରା । କନ୍ଦଳ ଚରମରେ । ୨୦୧୯ରେ ବିଜେପି ଟିକେଟ ପାଇଥିବା ରମାକାନ୍ତ ଭୋଇ ନା ନଗଦ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ରାଜକିଶୋର ବେହେରା । କାହା ନାଁରେ ମୋହର ମାରିବ ବିଜେପିର କେନ୍ଦ୍ରୀୟ ନିର୍ବାଚନ ସମିତି? ତାରିଖ ଘୋଷଣା ହୋଇନାହିଁ, ହେଲେ ନିର୍ବାଚନ ପାରା ଢେର ଉପରେ । ଅନୁଗତଙ୍କୁ ଧରି ଶକ୍ତି ପ୍ରଦର୍ଶନରେ ବ୍ୟସ୍ତ ନେତା ।
ତିର୍ତ୍ତୋଲ ଆସନରୁ ଲଗାତର ବିଜେପି ଟିକେଟ ପାଇଥିବା ରମାକାନ୍ତ ଭୋଇ ଦଳର ଭୋଟ ବଢାଇଥିବା ଯୁକ୍ତି ଦର୍ଶାଇ ଟିକେଟକୁ ଅନାଇ ବସିଛନ୍ତି ।
ତିର୍ତ୍ତୋଲ ଗଣିତ
- ୨୦୧୪ରେ ବିଜେପି ପାଇଥିଲା ୧୪, ୫୧୬ ଭୋଟ
- ୨୦୧୯ରେ ଏହା ବଢି ହେଲା ୫୩, ୫୮୧
- କଂଗ୍ରେସକୁ ଦ୍ୱିତୀୟ ସ୍ଥାନରୁ ହଟାଇ ତୃତୀୟକୁ ଠେଲିଥିଲେ ରମାକାନ୍ତ
ଏଭଳି ଯୁକ୍ତି ଦର୍ଶାଇ ନିଜ ପାଇଁ ଉଦ୍ୟମ କରୁଥିବା ରମାକାନ୍ତଙ୍କୁ ଝଟକା ଲାଗିଲା ଯେତେବେଳେ କଂଗ୍ରେସ କ୍ୟାମ୍ପରୁ ଗେରୁଆ ଶିବିରକୁ ଡେଇଁଲେ ରାଜକିଶୋର । ସ୍ୱାଭାବିକ ଭାବେ ଦଳବଦଳ ସହ ଟିକେଟ ପାଇଁ ଆଶା ବଢିବା କଥା ।
ତିର୍ତ୍ତୋଲ ଗଣିତ
- ୨୦୧୪ରେ କଂଗ୍ରେସରୁ ଲଢି ରାଜକିଶୋର ପାଇଥିଲେ ୫୩,୫୦୫ ଭୋଟ
- ସମୀକରଣ ବଦଳାଇ ବିଜେପି, କଂଗ୍ରେସ ଭୋଟ ମିଶାଇ ଅଙ୍କ କଷିପାରେ ଭାଜପା
ନେତା ମୁହାଁମୁହିଁ ଥିବା ବେଳେ କର୍ମୀ ମଧ୍ୟ ଚେତାବନୀ ଦେଇସାରିଛନ୍ତି । ଟିକେଟ ନମିଳିଲେ ବିରୋଧର ନାଲିଆଖି । ଯାହା ନେତାଙ୍କ ଚିନ୍ତା ବଢାଇଦେଇଛି ।
ବିଜେପିରେ  ରମାକାନ୍ତ ଭୋଇ, ରାଜକିଶୋର ବେହେରାଙ୍କ ସମେତ ବରିଷ୍ଠ ନେତା ବିଭୂ ପ୍ରସାଦ ତରେଇ ଏବଂ ଇ.ହରିହର ବେହେରାଙ୍କ ନାମ ମଧ୍ୟ ଚର୍ଚ୍ଚା ହେଉଛି । ତେବେ କିଏ  ଟିକେଟ୍ ପାଇବ, ପୂର୍ବ ସ୍ଥତି ବଜାୟ ରଖିପାରିବ କି ବିଜେପି? ତୃତୀୟ ସ୍ଥାନକୁ ଖସି ଆସିବନାହିଁ ତ?  ନା ବିଜେପି ବିଜୟ ବାନା ଉଡାଇବାରେ ସକ୍ଷମ ହେବ? ସବୁ କିଛି ନିର୍ଭର କରୁଛି ଅସନ୍ତୋଷକୁ ପ୍ରଶମିତ କରି ଦଳ କିଭଳି ଆଗକୁ ବଢୁଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe