ରାବଣ ପୋଡ଼ି ଓ କୁମାର ଉତ୍ସବକୁ ନେଇ ଚଳଚଞ୍ଚଳ ପାରାଦୀପ ରାଜନୀତି । ଶକ୍ତି ପ୍ରଦର୍ଶନ କରୁଛନ୍ତି ସମ୍ବିତ ଏବଂ ବସନ୍ତ ବିଶ୍ୱାଳ ।

75

କନକ ବ୍ୟୁରୋ: ରାବଣ ପୋଡ଼ି ଓ କୁମାର ଉତ୍ସବକୁ ନେଇ ରାଜନୀତି । ଚଳିତ ପୂଜା ମାହୋଲ ଭିତରେ ଚଳଚଞ୍ଚଳ ହୋଇଉଠିଛି ପାରାଦୀପ ରାଜନୀତି । ରାବଣପୋଡିରୁ ନେଇ କୁମାର ଉତ୍ସବ ପର୍ଯ୍ୟନ୍ତ ସବୁ କାର୍ଯ୍ୟକ୍ରମ ଭିତିରିଆ ଶକ୍ତି ପ୍ରଦର୍ଶନର ମାଧ୍ୟମ ପାଲଟିଥିବା ନେଇ ଚର୍ଚ୍ଚା । ବିଧାୟକ ସମ୍ବିତ ରାଉତରାୟ ଓ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ୨ଟି କାର୍ଯ୍ୟକ୍ରମରେ ଅତିଥି ହେବା ପ୍ରସଙ୍ଗ ରାଜନୀତିକୁ ଆହୁରି ସରଗରମ କରୁଛି । ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ ଏବେଠାରୁ ସ୍ଥାନୀୟ ଅଞ୍ଚଳରେ ୨ ନେତା ପରସ୍ପର ବିରୋଧୀ ମେଳି କରି ନିଜ ସାଙ୍ଗଠନିକ ସ୍ଥିତି ଜାହିର କରୁଥିବା କଥା ଆଲୋଚନା ଚାଲିଛି । ରାବଣପୋଡି ଉତ୍ସବରେ ପାରାଦୀପ ବିଧାୟକ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବସନ୍ତ ବିଶ୍ୱାଳଙ୍କ ଦେଖା ମିଳିନଥିଲା । ସେପଟେ କୁମାର ଉତ୍ସବରେ ବସନ୍ତ ବିଶ୍ୱାଳ ଅତିଥି ହୋଇଥିବା ବେଳ ବିଧାୟକଙ୍କ ଅନୁପସ୍ଥିତି ଉଭୟଙ୍କ ମଧ୍ୟରେ ଶୀତଳ ଯୁଦ୍ଧକୁ ପଦାରେ ପକାଇଛି । ଏପରିକିି ଉଭୟଙ୍କ ବୟାନବାଜି ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ଅଙ୍କକଷା ।