ବୋରିଗୁମ୍ମାକୁ ଏନଏସି ମାନ୍ୟତା ଦାବିରେ ଜୋର ଧରୁଛି ରାଜନୀତି । ୨୫ ତାରିଖ ସୁଦ୍ଧା ମାନ୍ୟତା ପ୍ରଦାନ ନଦେଲେ, ୨୬ରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଲେ ତାରା ବାହିନୀପତି

Advertisment
ବୋରିଗୁମ୍ମାକୁ ଏନଏସି ମାନ୍ୟତା ଦାବିରେ ଜୋର ଧରୁଛି ରାଜନୀତି । ୨୫ ତାରିଖ ସୁଦ୍ଧା ମାନ୍ୟତା ପ୍ରଦାନ ନଦେଲେ, ୨୬ରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଲେ ତାରା ବାହିନୀପତି

କନକ ବ୍ୟୁରୋ: ବୋରିଗୁମ୍ମାକୁ NAC ମାନ୍ୟତା ଦାବିରେ ଜୋର ଧରୁଛି ରାଜନୀତି । ଏହି ମାସ ୨୫ ତାରିଖ ସୁଦ୍ଧା ରାଜ୍ୟ ସରକାର ବୋରିଗୁମ୍ମାକୁ ଏହି ମାନ୍ୟତା ପ୍ରଦାନ ନକଲେ ୨୬ ତାରିଖ ଦିନ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବୋରିଗୁମ୍ମା ବନ୍ଦ ଡାକରା ଦେଇଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ଏହାସହ ଏହି ବନ୍ଦରେ ସାମିଲ ହେବାକୁ ସବୁ ରାଜନୈତିକ ଦଳ ଓ ସାମାଜିକ ସଂଗଠନକୁ କଲେ ଆହ୍ବାନ ।

ବିଧାୟକଙ୍କ ଅଭିଯୋଗ ଅନୁସାରେ ବୋରିଗୁମ୍ମା ରାଜ୍ୟର ସବୁଠାରୁ ବଡ ପଞ୍ଚାୟତ। NAC ପାଇଁ ଏହା ସବୁ ମାପଦଣ୍ଡ ପୂରଣ କରୁଛି। ଏହି ସହର ଦେଇ ଜାତୀୟ ରାଜପଥ ଯାଉଛି। ଏଠାରେ ଅନେକ ସ୍କୁଲ କଲେଜ ସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରହିଛି । ଜନସଂଖ୍ୟା ଦୃଷ୍ଟି କୋଣରୁ ମଧ୍ୟ ଏହା NAC ପାଇବା ପାଇଁ ଯୋଗ୍ୟ । ତଥାପି ୧୦ ବର୍ଷ ହେଲାଣି ରାଜ୍ୟ ସରକାର ଏହାକୁ NAC ଘୋଷଣା କରିବାରେ ପାତରଅନ୍ତର କରୁଥିବା ଅଭିଯୋଗ କରିଛନ୍ତି ବିଧାୟକ ।

ତାଙ୍କ କହିବା ଅନୁସାରେ ସେ ଏହି ପ୍ରସଙ୍ଗ ବାରମ୍ବାର ବିଧାନସଭାରେ ଉଠାଇଛନ୍ତି। ହେଲେ ସୁଫଳ ମିଳିନି । ନିକଟରେ ଶେରଗଡକୁ NAC ମାନ୍ୟତା ରାଜ୍ୟ ସରକାର ପ୍ରଦାନ କରିଥିବା ବେଳେ କାହିଁକି ବୋରିଗୁମ୍ମାକୁ NAC ଘୋଷଣା କରାଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ୨୬ ତାରିଖର ବନ୍ଦ ଡାକରା ପରେ ବି ବୋରିଗୁମ୍ମାକୁ NAC ମାନ୍ୟତା ନମିଳିଲେ କଂଗ୍ରେସ ଆନ୍ଦୋଳନ ଆହୁରି ତୀବ୍ର କରିବା ସହ ଅନଶନରେ ବସିବ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe