କନକ ବ୍ୟୁରୋ : ପଦ୍ମପୁର ଉପନିର୍ବାଚନ ପାଇଁ ରାଜନୀତି ସରଗରମ । ରାଜନୈତିକ ଦଳମାନେ ନିଜ ଅନ୍ଦାଜରେ ପଦ୍ମପୁରରେ କରୁଛନ୍ତି ପ୍ରଚାର ପ୍ରସାର । ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଦୁବୁଲାବାହଲ ଠାରେ ସାଇକେଲ ଚଲାଇ ଲୋକଙ୍କ ପାଖରେ ପହଂଚି ଭୋଟ ମାଗିଛନ୍ତି ।
Advertisment
ସେହିଭଳି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ମଧ୍ୟ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ଲୋକଙ୍କ ନିକଟେ ପହଞ୍ଚି ଭୋଟ ଭିକ୍ଷା କରୁଛନ୍ତି । ବାପା ଯେଉଁ ସବୁ କାମକୁ ପୂରା କରିପାରିନାହାନ୍ତି, ସେ ସମସ୍ତ ଅଧୁରା କାମକୁ ପୂରା କରିବା ପାଇଁ ଲୋକଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । କଂଗ୍ରେସ ମଧ୍ୟ ପ୍ରଚାର ମୈଦାନରେ ଜୋରଦାର ପ୍ରଚାର କରୁଛନ୍ତି । ଲୋକଙ୍କ ବିଶ୍ୱାସ ଜିତି ଭୋଟ ହାତେଇବା ପାଇଁ ଭରପୁର ଉଦ୍ୟମ କରୁଛି ।