ଉପନିର୍ବାଚନ ପୂର୍ବରୁ ଜୋର ଧରୁଛି ରାଜନୀତି : ବିଜେଡିରେ ସାମିଲ ହେଲେ ବାଲେଶ୍ୱରର ପୂର୍ବତନ ବିଧାୟକ ଅରୁଣ ଦେ; ତିର୍ତ୍ତୋଲରେ ବିଜେପି ଅଫିସ ଉଦଘାଟନ ବେଳେ ହଙ୍ଗାମା

Advertisment
ଉପନିର୍ବାଚନ ପୂର୍ବରୁ ଜୋର ଧରୁଛି ରାଜନୀତି : ବିଜେଡିରେ ସାମିଲ ହେଲେ ବାଲେଶ୍ୱରର ପୂର୍ବତନ ବିଧାୟକ ଅରୁଣ ଦେ; ତିର୍ତ୍ତୋଲରେ ବିଜେପି ଅଫିସ ଉଦଘାଟନ ବେଳେ ହଙ୍ଗାମା

କନକ ବ୍ୟୁରୋ : ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ଅରୁଣ ଦେ । ଗତକାଲି ବାଲେଶ୍ୱର ସିଦ୍ଧି କଲ୍ୟାଣ ମଣ୍ଡପଠାରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ବରିଷ୍ଠ ନେତା ଅରୁଣ ଦେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ତାଙ୍କ ସହିତ କଂଗ୍ରେସ ଦଳର ବହୁ ସକ୍ରିୟ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ଆଳି ବିଧାୟକ ପ୍ରତାପ ଦେବ, ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ଜିଲ୍ଲା ବିଜେଡି ସଭାପତି ରବିନ୍ଦ୍ର କୁମାର ଜେନା, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ପାର୍ଟି ଅଫିସ ଉଦଘାଟନ ବେଳେ ପ୍ରବଳ ହଟ୍ଟଗୋଳ । ଏପରି ଚିତ୍ର ଆସିଛି ତିର୍ତୋଲରୁ । ତିର୍ତୋଲରେ ଉପ-ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ଶିବିରରୁ ଏପରି ଚିତ୍ର ସାମ୍ନାକୁ ଆସିଛି । ତିର୍ତ୍ତୋଲ ଆନନ୍ଦ ମଣ୍ଡପରେ ବିଜେପି ପାର୍ଟି ଅଫିସ୍ ଉଦଘାଟନ ବେଳେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ପୂର୍ବରୁ ବିଜେପି ପ୍ରାର୍ଥୀ ହୋଇଥିବା ରମାକାନ୍ତ ଭୋଇଙ୍କୁ କାହିଁକି ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଗଲା ନାହିଁ ବୋଲି ରମାକାନ୍ତଙ୍କ ସମର୍ଥକ ହଙ୍ଗାମା କରିଥିଲେ । ବିଜେପି ଜିଲ୍ଲା ପ୍ରଭାରୀ ସାରଦା ପ୍ରଧାନ ଗୋ ବ୍ୟାକ୍ ନାରା ଦେଇଥିଲେ । ଅନ୍ୟକର୍ମୀଙ୍କ ସହ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ଅନ୍ୟପଟେ ବିଜେପିରେ ଅନେକ କଂଗେସ ଓ ବିଜେଡି ନେତା-କର୍ମୀ ସାମିଲ ହୋଇଥିଲେ ।

ସେହିପରି ଦଳକୁ ସଂଗଠିତ କରିବା ସହ ଦଳକୁ ମଜବୁତ କରିବା ପାଇଁ ପ୍ରଭାରୀ ଆହ୍ୱାନ ଦେଇଛନ୍ତି । କରୋନା କାଳରେ ଦୁର୍ନୀତି ଓ ରାଜ୍ୟ ସରକାରଙ୍କ ଅବ୍ୟବସ୍ଥାକୁ ନେଇ ଘେରିବା ପାଇଁ  ରଣନୀତି ପ୍ରସ୍ତୁତ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe