ପୁଣି କୃଷିମନ୍ତ୍ରୀଙ୍କ ବିବାଦୀୟ ବୟାନ । କହିଲେ ଆନ୍ଦୋଳନ ପଛରେ ଚାଲିଛି ରାଜନୀତି । ଆନ୍ଦୋଳନକୁ ସମର୍ଥନ ଜଣାଇ ପତ୍ର ଲେଖିଲେଣି ୧୦ କୃଷକ ସଂଗଠନ

158

କନକ ବ୍ୟୁରୋ : ନୂଆ କୃଷି ଆଇନକୁ ନେଇ ୧୯ ଦିନ ଧରି ଆନ୍ଦୋଳନରେ ବସିଛନ୍ତି କୃଷକ ମାନୋ ଏହି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକ ମାନେ ଲାଗାତର ଭାବେ ଦ୍ୱିତୀୟ ଦିନ ବି ଜୟପୁର- ଦିଲ୍ଲୀ ଜାତୀୟ ରାଜପଥ ବନ୍ଦ ରଖିଛନ୍ତି । ଆନ୍ଦୋଳନର ୧୯ ଦିନରେ ଆଜି କୃଷକ ମାନେ ଉପବାସରେ ରହି ଅନସନ କରୁଥିବା ବେଳେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ରସିଂ ତୋମାର କହିଛନ୍ତି କି ସରକାର କୃଷକ ନେତା ମାନଙ୍କ ସହିତ ପୁଣି ବୈଠକ କରିବାକୁ ଚିନ୍ତା କରୁଛନ୍ତି । ଏନେଇ ଖୁବଶୀଘ୍ର ତାରିଖ ଘୋଷଣା କରାଯିବ । ଏହା ସହ କୃଷିମନ୍ତ୍ରୀ କହିଛନ୍ତି କି ଅଖିଳ ଭାରତୀୟ କିଷାନ ସମନ୍ୱୟ ସମିତିର ସଦସ୍ୟ ମାନେ ତାମିଲନାଡୁ, ତେଲେଙ୍ଗାନା,ମହାରାଷ୍ଟ୍ର ଓ ବିହାରରୁ ଆସିଥିଲେ । ସେମାନେ କୃଷି ବିଲକୁ ସମର୍ଥନ କରି ମୋତେ ଏକ ସମର୍ଥନ ପତ୍ର ପ୍ରଦାନ କରିଛନ୍ତି । ସେମାନେ କହିଛନ୍ତି କି ମୋଦି ସରକାର କୃଷକ ମାନଙ୍କର କଲ୍ୟାଣ ପାଇଁ ଏଭଳି ବିଲ୍ ଆଣିଛନ୍ତି । ଏହାସହ ସେମାନେ କୃଷିମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ରାଜି ହୋଇଛନ୍ତି । କେବଳ ସରକାର ତାରିଖ ଧାର୍ଯ୍ୟ କରି ସେମାନଙ୍କୁ ଜଣାଇବା କଥା ବାକି ରହିଛି ।
ଅନ୍ୟପଟେ ଚିଲ୍ଲା ବୋର୍ଡର ନିକଟରେ ଆନ୍ଦୋଳନ କରୁଥିବା କୃଷକ ନେତା ଭାନୁ ପ୍ରସାଦ କହିଛନ୍ତି କି ଭାରତର ସବୁ କୃଷକ ନେତାଙ୍କ ଯାଂଚ ସିବିଆଇ ଦ୍ୱାରା କରାଯିବା ଉଚିତ୍ । ସେ କୃଷକ ନେତା ପଞ୍ଜାବର ହେଉ କି ହରିଆଣାର ହେଉ । ଏହାସହ ସେ କହିଛନ୍ତି କି ସେ କୃଷକ ନେତା ରାକେଶ ଟିକାୟତ ହୁଅନ୍ତୂୁ ବା ସେମାନଙ୍କ ସଂଗଠନର ଅନ୍ୟ କେହି ନେତା ହୁଅନ୍ତୁ । ସେମାନଙ୍କୁ ସିବିଆଇ ଦ୍ୱାରା ଯାଂଚ କରାଯାଇ ସେମାନଙ୍କ ଅନୁଷ୍ଟାନରେ ତାଲା ପକାଯିବା ଦରକାର । ତେବେ ଯାଇ ସରକାର କୃଷକ ମାନଙ୍କ ଦାବି ପୁରଣ କରିବେ । ସେ କହିଛନ୍ତି କି ଯେଉଁ ଏମଏସପିକୁ ନେଇ କୃଷକ ମାନେ ଲଢେଇ କରୁଛନ୍ତି ତାହାକୁ ତ କିଷାନ ଆୟୋଗ ନିଶ୍ଚିନ୍ତ କରିବ । ସରକାର ଯେଉଁ ଏମଏସପି ସ୍ଥିର କରୁଛନ୍ତି ତାହାତ ସରକାର ୭୨ ବର୍ଷ ହେବ ଚଳାଇଛନ୍ତି । ଯାହାଦ୍ୱାରା ଦେଶର କୃଷକ ସର୍ବଶାନ୍ତ ହେବାକୁ ଲାଗିଲେଣି ଏହି ଏମଏସପି ମାଧ୍ୟମରେ କୃଷକ ମାନଙ୍କୁ ନା ଲାଭାଂସ ମିଳୁଛି ନା ଚାଷରେ ବିନିଯୋଗ କରିଥିବା ମୂଲ୍ୟ ।
ଅନ୍ୟପଟେ ଯେଉଁ ଛୋଟ ସମସ୍ୟାଟି ରହିଛି ତା’ ଉପରେ ସରକାର ନରମ ମନୋଭାବ ପୋଷଣ କରିସାରିଛନ୍ତି । ଅନ୍ୟପଟେ ହରିଆଣାର ଉପ-ମୁଖ୍ୟମନ୍ତ୍ରୀ ଦୁଷ୍ମନ୍ତ ଚୌତାଲା କହିଛନ୍ତି କି ଏହି ବିଲରେ କିଛି ପରିବର୍ତ୍ତନ କରିବାକୁ ସରକାର ରାଜି ହୋଇଛନ୍ତି । ହେଲେ କୃଷକ ସଂଗଠନ ମାନେ ଏହି ସମୟରେ ତାଙ୍କ ଜିଦରୁ ଗୋଟଏ ପାଦ ପଛକୁ ହଟିଲେ ସମସ୍ୟାର ସମାଧାନ ହୋଇପାରିବ । ଏହା ସହ ସେ କହିଛନ୍ତି କି କୃଷିମନ୍ତ୍ରୀ ଓ ଗୃହମନ୍ତ୍ରୀ କୃଷକଙ୍କ ୍ଦାବିକୁ ନେଇ ଲଗାତର ଭାବେ ଚର୍ଚ୍ଚା କରୁଛନ୍ତି । ସେପଟେ ପୁଣି କୃଷିମନ୍ତ୍ରୀ କହିଛନ୍ତି କି କୃଷକ ଆନ୍ଦୋଳନ ପଛରେ ରାଜନୀତି ଭରପୁର ଭାବେ ରହିଛି । ମୋଦି ସରକାର ଯେତେବେଳେ କୌଣସି କ୍ଷେତ୍ରରେ ଲୋକଙ୍କ ବିରୋଧରେ କିଛି କରୁନାହାନ୍ତି ତେବେ ଦେଶର ଅନ୍ନଦାତାଙ୍କ ଅମଙ୍ଗଳ ସେ କାହିଁକି ଚିନ୍ତା କରିବେ ।