କନକ ବ୍ୟୁରୋ: ସାଂସଦ ଅନୁଭବ ମହାନିଙ୍କ ବିରୋଧରେ ବର୍ଷା ପ୍ରିୟଦର୍ଶୀନି କରିଥିବା ଏଫଆଇଆର, ପୁଲିସକୁ ବି ଦ୍ୱନ୍ଦ୍ୱରେ ପକାଇ ଦେଇଛି । କିଏ ସତ କହୁଛି? କିଏ ମିଛ କହୁଛି? କିଏ କାହାକୁ ଅତ୍ୟାଚାର କରୁଛି? ପ୍ରକୃତରେ ଚାଲିଛି କଣ? ପୁଲିସ କିଛି ବୁଝି ପାରୁ ନାହିଁ । କଟକ ଡିସିପି ପିନାକ ମିଶ୍ର କହିଛନ୍ତି, ବର୍ଷା କରିଥିବା ଅଭିଯୋଗ ଗୁଡିକୁ ଗୁରୁତର ସହ ନେଇ ତଦନ୍ତ କରାଯାଉଛି ।
ବର୍ଷା ଏଫଆଇଆର କରିବାର ଗୋଟିଏ ଦିନ ପୂର୍ବରୁ ସୋସିଆଲ ମିଡିଆରେ ଲମ୍ବା ଭିଡିଓ ପୋଷ୍ଟ କରି ନିଜ ଦାଂପତ୍ୟ ଜୀବନର ଦୁଃଖ କାହାଣୀ ବର୍ଣ୍ଣନା କରିଥିଲେ । ମଝିରେ ମଝିରେ ଆଖିରୁ ଲୁହ ପୋଛି ଅନୁଭଭ କହୁଥିଲେ, ବାହା ହୋଇଥିଲେ ବି ସ୍ୱାମୀର ଅଧିକାର ପାଇ ନାହାନ୍ତି । କିନ୍ତୁ ଅନୁଭବ ଲୋକଙ୍କ ସମବେଦନା ପାଇବା ପୂର୍ବରୁ ଏପଟେ ଥାନାକୁ ପହଂଚିଗଲେ ବର୍ଷା ।
କେନ୍ଦ୍ରାପଡା ସାଂସଦ ଅନୁଭବଙ୍କ ନାଁରେ ବର୍ଷା ପ୍ରିୟଦର୍ଶିନୀ ଏତଲା ଦେବା ପରେ ଅନୁଭବଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ । କହିଛନ୍ତି, ଅନୁଭବ ରିଲ ଲାଇଫ୍ରେ ସୁନ୍ଦର ଅଭିନୟ କରନ୍ତି, ହେଲେ ରିୟଲ ଲାଇଫ୍ରେ ସଂପୂର୍ଣ୍ଣ ଭିନ୍ନ । ପ୍ରଥମେ ସେ ମହିଳାଙ୍କୁ ସମ୍ମାନ ଦେଇ ଶିଖନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/38-19.jpg)