କନକ ବ୍ୟୁରୋ : ବଡଗାଡିର ବେପରୁଆ ଗାଡି ଚାଳନାକୁ ନେଇ ତେଜିଲା ରାଜନୀତି । ରେଞ୍ଜରୋଭର ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହେଲାଣି । ଅନ୍ୟ ଜଣେ ଗୁରୁତର ହୋଇ ଚିକିତ୍ସାଧୀନ ରହିଛନ୍ତି । ଏପରି ସ୍ଥିତିରେ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇ ଘେରିଛି ଝାରସୁଗୁଡା ବିଜେପି ।
ଗାଡିଟି ଯେଉଁ କଂପାନୀ ନାଁରେ ପଞ୍ଜିକରଣ ହୋଇଛି ସେହି କମ୍ପାନୀର ନିର୍ଦ୍ଦେଶକ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ଦାସ । ଏହି ଘଟଣାରେ ପୋଲିସ ଓ ସରକାର ଉଭୟ ତତ୍ପରତା ଦେଖାଉନଥିବା ଅଭିଯୋଗ କରିଛନ୍ତି ବିଜେପି ନେତା ଟଙ୍କଧର ତ୍ରିପାଠୀ । ସେହିପରି ଦୁର୍ଘଟଣା ପରେ ପୋଲିସ ଜାରି କରିଥିବା ପ୍ରଥମ ପ୍ରେସରିଲିଜରେ କାହିଁକି ଆଉ ଏକ ନମ୍ବର ଲେଖା ହୋଇଥିଲା ସେ ନେଇ ପ୍ରଶ୍ନ କରିଛନ୍ତି ।