୯ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟାକୁ ନେଇ ଜୋର ଧରିଲା ରାଜନୀତି , ମୃତ ନାବାଳିକାଙ୍କ ପରିବାର ଲୋକଙ୍କ ସହ ଫଟୋ ସେୟାର କରି ଅଡୁଆରେ ରାହୁଲ ଗାନ୍ଧୀ

229

କନକ ବ୍ୟୁରୋ :  ଦିଲ୍ଲୀ ନାଙ୍ଗଲ ଗାଓଁର ୯ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଏବେ ଜୋର ଧରିଛି ରାଜନୀତି । କଂଗ୍ରେସ ନେତା ରାହୁଲ ଗାନ୍ଧି ନାବାଳିକାଙ୍କ ପରିବାର ଲୋକଙ୍କୁ ଭେଟିବା ସହ ସେ ସମୟ ଫଟୋକୁ ଟ୍ୱିଟରରେ ସେୟାର କରି ଅଡୁଆରେ ପଡିଛନ୍ତି । ବିଜେପି ଏନେଇ ରାହୁଲଙ୍କୁ କରିଛି ଟାର୍ଗେଟ । ଏପଟେ ରାହୁଲଙ୍କ ଗସ୍ତ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୀଡିତାଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶୀ ଘୋଷଣା କରିଛନ୍ତି ।

ରାଜଧାନୀ ଦିଲ୍ଲୀରେ ପୁଣିଥରେ ଦୁଷ୍କର୍ମ ଘଟଣାକୁ ନେଇ ଦେଖିବାକୁ ମିଳିଛି ଆକ୍ରୋଷ । ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିବା ଘଟଣାକୁ ନେଇ ଏବେ ଜୋର ଧରିଛି ରାଜନୀତି । ମୃତ ନାବାଳିକାଙ୍କ ପରିଜନଙ୍କୁ ଭେଟିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏଥିସହ ୧୦ ଲକ୍ଷ ଟଙ୍କାର ସାହାଯ୍ୟ ଘୋଷଣା କରିବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏଠାରେ ପହଁଚିବା ପରେ ପରିବାର ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜଧ।।ନୀର ଆଇନ ଶୃଂଖଳା ବିଗୁଡୁଛି ତେଣୁ ଏହା ଉପରେ କେନ୍ଦ୍ର ସରକାର ଧ୍ୟାନ ଦିଅନ୍ତୁ ।

ସେପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୃତ ନାବାଳିକାଙ୍କ ପରିବାର ଲୋକଙ୍କୁ ଭେଟିବା ପରେ ତାଙ୍କ ସହ ଫଟୋକୁ ଟ୍ୱିଟରରେ ସେୟାର କରି ବିବାଦରେ ଫସିଛନ୍ତି । ସୋସିଆଲ ମିଡିଆରେ ଦୁଷ୍କର୍ମ ପୀଡିତାଙ୍କ ପରିବାର ଲୋକଙ୍କ ଫଟୋ ସେୟାର କରିବା ବେଆଇନ । ଏହାକୁ ନେଇ ବିରୋଧର ଶୀକାର ହୋଇଛନ୍ତି ରାହୁଲ । ବିଜେପି ନେତା ସମ୍ବିତ ପାତ୍ର ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ରବିବାର ଦିଲ୍ଲୀ ନାଙ୍ଗଲ ଗାଓଁର ୯ ବର୍ଷୀୟ ନାବାଳିକାକୁ ସ୍ମସାନ ଭିତରେ ଦୁଷ୍କର୍ମ ପରେ ହତ୍ୟା କରିଥିଲେ କିଛି ଦୁର୍ବୃତ । ଏହାପରେ ପ୍ରମଣା ନଷ୍ଟ କରିବା ପାଇଁ ପରିବାର ଲୋକଙ୍କ ଅଜାଣତରେ ନାବାଳିକାର ମୃତ ଦେହକୁ ଜାଳି ଦେଇଥିଲେ । ଘଟଣାରେ ସ୍ମସାନର ୫୫ ବର୍ଷୀୟ ପଣ୍ଡିତ ରାଧେ ସ୍ୟାମଙ୍କ ସମେତ ଅନ୍ୟ ତିନି ଜଣଙ୍କୁ ଗିରଫ କରିଛି ପୋଲିସ ।