କନକବ୍ୟୁରୋ: ପ୍ରତିବର୍ଷ ଜୁନ୍ ୨୫ରେ ‘ସମ୍ୱିଧାନ ହତ୍ୟା ଦିବସ’ ପାଳନ କରାଯିବ । କେନ୍ଦ୍ର ସରକାର ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିବା ପରେ ତେଜିଛି ରାଜନୀତି । କଂଗ୍ରେସ ଏହାକୁ କଟାକ୍ଷ କରିଛି । ମୋଦୀ ସରକାର ଦୀର୍ଘ ୧୦ ବର୍ଷ ହେବ ପ୍ରତିଦିନ ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଏହି ପ୍ରସଙ୍ଗରେ ଏକ ଖୋଲା ଚିଠି ଲେଖିଛନ୍ତି ଖଡଗେ । ସମ୍ବିଧାନର ହତ୍ୟା ନାମକରଣ ଆପଣଙ୍କ ମୁହଁରୁ ଶୋଭା ପାଉନାହିଁ।

Advertisment

କ୍ଷମତାରେ ଥାଇ ପ୍ରତ୍ୟେକ ମୁହୂର୍ତ୍ତରେ ଆପଣ ଦେଶର ପ୍ରତ୍ୟେକ ଗରିବ ଓ ବଞ୍ଚିତ ବର୍ଗଙ୍କ ଠାରୁ ଆତ୍ମସମ୍ମାନ ଛଡ଼ାଇ ନେଇଛନ୍ତି ବୋଲି ଖଡଗେ କହିଛନ୍ତି । କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ଯେ ଯେତେବେଳେ ଜଣେ ବିଜେପି କର୍ମକର୍ତ୍ତା ମଧ୍ୟପ୍ରଦେଶରେ କୌଣସି ଆଦିବାସୀଙ୍କ ଉପରେ ପରିସ୍ରା କରୁଛନ୍ତି କିମ୍ବା ଯେତେବେଳେ ୟୁପି ସରକାର ହାଥରସରେ ଜଣେ ଦଳିତ ଝିଅକୁ ଜୋରଜବରଦସ୍ତ ଅନ୍ତିମ ସଂସ୍କାର କରୁଛନ୍ତି, ସେତେବେଳେ ଏହା "ସମ୍ବିଧାନର ହତ୍ୟା"। ସେହିପରି ମଣିପୁର ପ୍ରସଙ୍ଗ ଉଠାଇ ମୋଦୀଙ୍କୁ ଜବାବ ମାଗିଛନ୍ତି ଖଡଗେ।