ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ନେଇ ତେଜିଲା ରାଜନୀତି: ସଦିହ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ଲକ୍ଷ୍ମୀବସ୍ ଲୋକାର୍ପିତ କରିବେ ନବୀନ
କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲାକୁ ଆସନ୍ତା୧,ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ କାର୍ୟ୍ୟକ୍ରମ ରହିଛି। ସେ ଭବାନୀପାଟଣାରେ ହୋଇଥିବା ନବ ନିର୍ମିତ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ପ୍ର ଉଦଘାଟନ ସହ ଓ ନବ ନିର୍ମିତ ବସଷ୍ଟାଣ୍ଡ, ଲକ୍ଷ୍ମୀ ବସର ଲୋକାର୍ପିତା କାର୍ୟ୍ୟକ୍ରମ କରିବେ । କିନ୍ତୁ ଜିଲ୍ଲା ରେ ବିଭିନ୍ନ ପ୍ରକାର ସମସ୍ୟା ରହିଥିଲେ ବି ଖାଲି ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ କଳାହାଣ୍ଡି ଜିଲ୍ଲାର ବିକାଶ କଥା ମନେ ପଡେ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

Kanak News is now on WhatsApp
Join and get latest news updates delivered to you via WhatsApp
ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ତେଜିଲା ରାଜନୀତି । ଶାସକ ଦଳର ନେତା ଓ କର୍ମୀ ନବୀନ ପଟନାୟକଙ୍କ ଗସ୍ତକୁ ନେଇ ବେଶ ଉତ୍ସାହିତ ଅଛନ୍ତି । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ନଭେମ୍ବର ୧ ତାରିଖରେ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ଲକ୍ଷ୍ମୀ ବସ୍କୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଲୋକାର୍ପଣ ଉତ୍ସବକୁ ନେଇ ଛାତ୍ରଛାତ୍ରୀ ଓ ଲୋକମାନେ ବେଶ ଖୁସି ଅଛନ୍ତି ।
ସେପଟେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗ୍ରସ୍ତକୁ ନେଇ ପ୍ରଶ୍ନ କରିଛନ୍ତି ବିରୋଧୀ । ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଦେଉଥିବା ଅନୁଦାନ କେବଳ ରାଜନୈତିକ ଉଦେଶ୍ୟ । ଜିଲ୍ଲାର ଡାକ୍ତର ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପଦବୀ ଖାଲି ପଡିଥିବା ବେଳେ ମେଡିକାଲ କଲେଜ ଉଦଘାଟନ ନବୀନ ସରକାରଙ୍କ ନିର୍ବାଚନୀ ଥୋପ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବିଜେଡି ଶିବିର ଚଳଚଂଚଳ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଶାଣିତ ସମାଲୋଚନା କରିଛନ୍ତି ବିରୋଧୀ ।