ରାଜସ୍ଥାନ କରୋଲିରେ ପୂଜକଙ୍କୁ ହତ୍ୟା ନେଇ ରାଜନୀତି ସରଗରମ । ଅଭିଯୁକ୍ତଙ୍କ ଗିରଫ ଦାବିରେ ଶେଷକୃତ୍ୟ ନ କରିବାକୁ ଅଡି ବସିଥିଲେ ପରିବାର ଓ ଗାଁ ଲୋକେ । ପ୍ରଶାସନର ପ୍ରତିଶ୍ରୁତି ପରେ ଅନ୍ତିମ ସଂସ୍କାର ସଂପନ୍ନ । ଆରମ୍ଭ ହେଲା ରାଜନୈତିକ ବୟାନବାଜି ।

98

କନକ ବ୍ୟୁରୋ : ୟୁପି ପରେ ଏବେ ଜଣେ ପୂଜକଙ୍କ ମୃତ୍ୟୁକୁ ନେଇ ରାଜସ୍ଥାନରେ ସରଗମର ହୋଇଛି ରାଜନୀତି । ମନ୍ଦିରର ଜମି ଜବର ଦଖଲ ପାଇଁ କରୋଲିରେ ଜଣେ ପୂଜକଙ୍କୁ କିଛି ଦୁର୍ବୃତ୍ତ ପେଟ୍ରୋଲ ଢାଳି ଜାଳି ଦେଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ପଣ୍ଡିତଙ୍କ ମୃତ୍ୟୁ ପରେ ରାଜନୀତି ଜୋର ଧରିଛି । ପରିବାର ଓ ଗାଁ ଲୋକେ ଅଭିଯୁକ୍ତଙ୍କ ଗିରଫ ଦାବିରେ ଶେଷକୃତ୍ୟ ନ କରିବାକୁ ଅଡି ବସିଥିଲେ । ତେବେ ପ୍ରଶାସନର ପ୍ରତିଶ୍ରୁତି ପରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି ।

ଅନ୍ୟପଟେ ହାଥରସ ଘଟଣାକୁ ନେଇ ବ୍ୟାକଫୁଟରେ ଥିବା ବିଜେପି, ଏବେ ରାଜସ୍ଥାନର କରୋଲି ମାମଲାକୁ ନେଇ ବଢିଚଢି ନ୍ୟାୟ ଦାବିରେ ବୟାନବାଜି ଜାରି କରିଛି । ଏହି ଘଟଣାରେ ଏବେ ବିରୋଧୀଙ୍କୁ ଟର୍ଗେଟ କରିବାର ସୁଯୋଗ ପାଇଛି ବିଜେପି ।

ଅନ୍ୟପଟରେ ରାଜସ୍ଥାନ ସରକାର ପରିବାର ଲୋକଙ୍କ ଦାବିକୁ ମାନଛନ୍ତି । ରାଜସ୍ଥାନ ସରକାର ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଓ ଜଣକୁ ଚାକିରି ପାଇଁ ଘୋଷଣା କରିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧ ଲକ୍ଷ ଟଙ୍କା ଦେବାକୁ ମଧ୍ୟ ଘୋଷଣା ହୋଇଛି । ଏହି ଘଟଣା ପରେ ସପୋଟରା ଥାନା ଅଧିକାରୀଙ୍କୁ ବଦଳି କରିଦିଆଯାଇଛି ।